ମନୋରଞ୍ଜନ

ଏକାଠି ନଜର ଆସିବେ ଶାହରୁଖ-ସୁହାନା

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ନୂଆ ଅନ୍ଦାଜକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍‌’ର ନୂଆ ପୋଷ୍ଟର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ଉତ୍ସାହ ବଢ଼ିଯାଇଛି। ପୋଷ୍ଟରରେ ଶାହରୁଖଙ୍କ ଦମ୍‌ଦାର ଲୁକ୍‌, ତୀକ୍ଷ୍ଣ ଚାହାଣି ଓ ଓଠରେ ଗୋଲାପ ତାଙ୍କ ଚରିତ୍ରକୁ ଆହୁରି ଆକର୍ଷଣୀୟ କରିଛି। ଆକ୍ସନ୍‌ ସହ ରୋମାନ୍ସର ଝଲକ ଦେଉଥିବା ଏହି ପୋଷ୍ଟର ଏବେ ସିନେପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ ଖାନ୍‌ଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’କୁ ନେଇ ଦୀର୍ଘଦିନ ହେଲା ଫ୍ୟାନ୍ସଙ୍କ ଅପେକ୍ଷା ରହିଛି। ଏବେ ଫିଲ୍ମର ନୂଆ ପୋଷ୍ଟର ସେମାନଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଦେଇଛି। ପୋଷ୍ଟରରେ ଶାହରୁଖଙ୍କ ଲୁକ୍‌ ଯେତିକି ଷ୍ଟାଇଲିସ୍‌, ତାଙ୍କ ଆଖିର ତୀବ୍ରତା ସେତିକି ପ୍ରଭାବଶାଳୀ।

ଓଠରେ ଗୋଲାପ ଧରିଥିବା ଶାହରୁଖଙ୍କ ଏହି ଲୁକ୍‌ରେ ରହିଛି ରୋମାନ୍ସ ଓ ଆକ୍ସନ୍‌ର ଅନନ୍ୟ ମିଶ୍ରଣ। ‘କାତିଲ ନୁହେଁ, ଆଶିକ୍‌ ମୁଁ’ ଭଳି ଡାଏଲଗ୍‌ ପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଅନେକ ଉତ୍କଣ୍ଠା ସୃଷ୍ଟି କରିଛି। ଶାହରୁଖଙ୍କ ଏହି ନୂଆ ଅବତାର ବଡ଼ ପରଦାରେ କେମିତି କମାଲ୍‌ କରିବ, ତାହା ଦେଖିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି। ଫିଲ୍ମ ‘କିଙ୍ଗ୍‌’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ। ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଓ ମରଫ୍ଲିକ୍ସ ପିକ୍ଚର୍ସ ମିଳିତ ଭାବେ ଏହାର ପ୍ରଯୋଜନା କରୁଛନ୍ତି। ଯୋଜନା ଅନୁସାରେ, ଫିଲ୍ମଟି ୨୦୨୬ ଡିସେମ୍ବର ୨୪ ତାରିଖରେ ଖ୍ରୀଷ୍ଟମାସ ଅବସରରେ ବିଶ୍ୱବ୍ୟାପୀ ସିନେମା ହଲ୍‌ରେ ରିଲିଜ୍‌ ହେବ।

Related posts

୭୧ବର୍ଷରେ ଆଖି ବୁଜିଲେ ଅଭିନେତା ଶରତ ବାବୁ

mahabharatanews

ନିର୍ବାଚନକୁ ନେଇ ମୁହଁ ଖୋଲିଲେ କଙ୍ଗନା 

mahabharatanews

ବିଦେଶ ଯିବେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ଝିଅ  

mahabharatanews