ଆମେରିକା-ଇରାନ ଯୁଦ୍ଧ ଶେଷ ପାଇଁ ନୂଆ ଡ୍ରାଫ୍ଟ ହୋଇଛି । ଏଥିରେ ଇରାନର ଅତ୍ୟନ୍ତ ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଏକ ସହମତ ତୃତୀୟ ଦେଶକୁ ସ୍ଥାନାନ୍ତର କରିବା କିମ୍ବା ଏହାର ସମୃଦ୍ଧି ସ୍ତର ହ୍ରାସ କରିବା ଏବଂ ପ୍ରାରମ୍ଭିକ ଚୁକ୍ତିର ସାତ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ଅନ୍ତର୍ଜାତୀୟ ସାମୁଦ୍ରିକ ଯାତାୟାତ ପାଇଁ ପୁନଃ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ଚୀନ୍ ଯେକୌଣସି ଚୁକ୍ତିର କାର୍ୟ୍ୟାନ୍ୱୟନ ଏବଂ ସ୍ଥାୟୀତ୍ୱ ପାଇଁ ଏକ ଗ୍ୟାରେଣ୍ଟର ଭାବରେ କାର୍ୟ୍ୟ କରିପାରେ ବୋଲି ଅଲ୍ ଆରବିଆ ଇଂରାଜୀ ରିପୋର୍ଟ କରିଛି।

ଡ୍ରାଫ୍ଟରେ ଇସ୍ତାନବୁଲ ବଦଳରେ ଦୋହାରେ ସିଧାସଳଖ ଆମେରିକା-ଇରାନ ଆଲୋଚନା କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ପ୍ରସ୍ତାବିତ ବ୍ୟବସ୍ଥା ଅନୁଯାୟୀ, ଇରାନର ପରମାଣୁ କାର୍ୟ୍ୟକ୍ରମ ଏବଂ ସାମୁଦ୍ରିକ ସୁରକ୍ଷା ଉପରେ ନିଆଯାଇଥିବା କାର୍ୟ୍ୟାନୁଷ୍ଠାନର ପ୍ରତିକ୍ରିୟାରେ ଲାଗୁ ହୋଇଥିବା କଟକଣା, ଅବରୋଧ ଏବଂ ଆର୍ଥିକ କଟକଣାକୁ କୋହଳ କରିବା ପାଇଁ ଆମେରିକା ପଦକ୍ଷେପ ନେବ। ପ୍ରତ୍ୟେକ ପର୍ୟ୍ୟାୟ ପୂର୍ବରୁ ଏକ ସ୍ୱାଧୀନ ଯାଞ୍ଚ୍ ବ୍ୟବସ୍ଥା ଅନୁପାଳନର ମୂଲ୍ୟାଙ୍କନ କରାଯିବ ।

