ଓଡିଶା

ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

(ଜୟନ୍ତ କୁମାର ସେଠୀ, ଗୋପ): ସାରା ଦେଶରେ ମହାମାରୀ କରୋନା ପାଇଁ ଲକ ଡାଉନ୍ ଥିବା ବେଳେ ମାନବିକତା ଦେଖାଇଛନ୍ତି ଦିନ୍‌-ଇ-ଇଲ୍ଲାହି (ଏଜୁକେସନଲା ୱେଲଫେୟାର ଟ୍ରଷ୍ଟ)ସ୍ୱଚ୍ଛାସେବୀ ସଂଗଠନ । ଉକ୍ତ ସଂଗଠନ ପକ୍ଷରୁ ପୁରୀ ଜିଲ୍ଲା ପିପିଲି ପୈାରାଞ୍ଚଳରେ ବିଭିନ୍ନ ୱାଡ ବୁଲି ବାସହରା ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ସ୍ବୋଚ୍ଛାସେବୀ ସଂଗଠନର ଅଧ୍ୟକ୍ଷ ସଖାୱତ୍ ଖାଁ ନେତୃତ୍ୱରେ ପିପିଲି ପୈାରାଚଂଳ ୧୨,୧୪ ,୧୬ ଓ ୧ନମ୍ବର ୱାଡରେ ଥିବା ପ୍ରାୟ ୭୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ । ଏ ବିପତ୍ତି ସମୟରେ ଅଦ୍ୟାବଧି ସରକାରଙ୍କ ତରଫରୁ ନିରାଶ୍ରୟ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉ ନଥିବାବେଳେ ଉକ୍ତ ସଂଗଠନ ଗତ ଦୁଇ ଦିନ ଧରି ୫୦୦ରୁ ୭୦୦ ଲୋକଙ୍କ ପାଖରେ ଖାଦ୍ୟ ଯୋଗାଇ ଦେଇଥିବାରୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏହି ବଣ୍ଟନ କାର୍ୟ୍ୟକ୍ରମରେ ପିପିଲି ବଜାର ବ୍ୟବସାୟ ସଂଘର ସଭାପତି ଅଶୋକ କୁମାର ଅଗ୍ରୱାଲ, ପିପିଲି ପୈାରାଚଂଳର ପୁର୍ବତନ ଅଧ୍ୟକ୍ଷ ସେକ ବାବୁ , ସଂଗଠନର ସଦସ୍ୟ ସରୋଜ କୁମାର ବାରିକ, ଦାମୋଦର ସିଂ , ବ୍ରଜକିଶୋର ସିଂ, ଅରକ୍ଷିତ ସିଂ, ରମେଶ ଜେନା, ଅନୁ ଖାଁ, ଅମର ସେଠୀ ,ସବିଲ ଖାଁ ପ୍ରମୁଖ ସହଯୋଗ କରିଥିଲେ ।

Related posts

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରା

mahabharatanews

ଝୁଲନ୍ତା ଅବସ୍ତାରେ ଉଦ୍ଧାର ହେଲା ଏପିଆର କନେଷ୍ଟବଳଙ୍କ ମୃତ ଦେହ

mahabharatanews