ଓଡିଶା

ଜଣେ ମହିଳାଙ୍କ ମାଡ଼ରେ, କାର୍ଯ୍ୟରତ ଅଙ୍ଗନ ବାଡ଼ି କର୍ମୀ ଗୁରୁତର ହୋଇ ଚେତା ଶୂନ୍ୟ

(ଜଳେଶ୍ୱର/ଅଜିତ ସାହୁ): ମାନବିକତା ମରି ମରି ଯାଉଛି। ସାରା ବିଶ୍ୱ ଏବେ କୋରନା କବଳରେ କବଳିତ ହୋଇଥିବା ବେଳେ, ଆମ ଦେଶରେ ଲକ ଡାଉନ ବଳ ବତ୍ତର ରହିଛି। ଏହି ସମୟରେ ଗଣମାଧ୍ୟମ, ପୋଲିସ, ପ୍ରଶାସସନ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାମ କରୁଥିବା ଡାକ୍ତର, ନର୍ସ, ଅଙ୍ଗନ ୱାଡି ଓ ଆଶା କର୍ମୀମାନେ ନିଜ ପରିବାର, ଛୁଆ ପିଲା ଏମିତିକି ନିଜ ଜୀବନ ପ୍ରତି ବିପଦ ଥାଇ ବି ସାଧାରଣଲୋକଙ୍କୁ ଜରୁରୀ କାଳୀନ ସେବା ଯୋଗାଇ ଚାଲିଛନ୍ତି । ସେମାନଙ୍କୁ କୃତଜ୍ଞତା ଜଣାଇବା ବଦଳରେ ଆକ୍ରମଣ କରାଯାଉଛି । ଏଭଳି ନିନ୍ଦନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ, ସିଂଲା ଥାନା କରୁଆ ଗ୍ରାମରେ। ଜଣେ ମହିଳାଙ୍କ ଅତର୍କିତ ଆକ୍ରମଣରେ ଅଙ୍ଗନ ୱାଡି କର୍ମୀ ଗୁରୁତର ହୋଇ ଚେତାଶୂନ୍ୟ ହୋଇ ପଡିଛନ୍ତି। ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କରୁଆ ଅଙ୍ଗନ ୱାଡି କର୍ମୀ ବାସନ୍ତୀ ସିଂ, ପିଲା ଓ ଗର୍ଭବତୀମାନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିବାକୁ ସେଣ୍ଟରରୁ ବାହାରୁ ଥିଲେ। ଏହି ସମୟରେ ଶ୍ରୀ ଗଣେଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା କନକ ଲତା ନାୟକ ଅତର୍କିତ ଭାବେ ଆକ୍ରମଣ କରି ନିସ୍ତୁକ ମାଡ଼ ମାରିଥିଲେ। କୋରୋନା ପାଇଁ ପଞ୍ଚାୟତ ଏବଂ ସିଡିପିଓଙ୍କ ଦ୍ବାରା ମନୋନୀତ ହୋଇ ଏକ ଗ୍ରୁପ ଅସହାୟମାନଙ୍କୁ ଖାଦ୍ୟ ବଣ୍ଟନ କରୁଅଛନ୍ତି । ତେବେ ଅନ୍ୟ ଗ୍ରୁପ ଗୁଡିକୁ କାହିଁକି ଖାଦ୍ୟ ବଣ୍ଟନ କରିପାରିଲେ ନାହିଁ ବୋଲି ପ୍ରଶ୍ନ କରିବା ସହିତ ଟଙ୍କାର ହିସାବ ମାଗି ଅଙ୍ଗନୱାଡି କର୍ମୀ ବାସନ୍ତୀ ସିଂକୁ ନିସ୍ତୁକ ମାଡ଼ ସହିତ କଦର୍ୟ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ଘଟଣା ସ୍ଥଳରେ ଅଙ୍ଗନ ୱାଡି କର୍ମୀ ଗୁରୁତର ହୋଇ ଚେତା ଶୂନ୍ୟ ହୋଇପଡିଥିଲେ, ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବସ୍ତା ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା। ସେଠାରେ ତାଙ୍କର ଅବସ୍ଥାର ସାମାନ୍ୟ ସୁଧାର ଆସିଥିବା ବେଳେ ,ସେ ଉକ୍ତ ଘଟଣା ସମ୍ପର୍କରେ ବସ୍ତା ବିଡ଼ିଓ, ବସ୍ତା ସିଡିପିଓ ଏବଂ ସିଂଲା ଥାନା ଅଧିକାରିଙ୍କୁ ଅବଗତ କରିଛନ୍ତି। ଅନ୍ୟ ପଟେ ସାଧରଣରେ ଏଭଳି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ, ଅଙ୍ଗନ ୱାଡି ସଙ୍ଘ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

Related posts

ଆଜି ଆଉ ୯୦ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୫

mahabharatanews

ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

mahabharatanews

୩୦ ତାରିଖରେ ହେବ ବିଦିପନୀ, ୬୦ ହଜାର ରୁ ଉର୍ଦ୍ଧ ଭକ୍ତ ଯୋଗଦେବେ…

mahabharatanews