ଓଡିଶାରାଜନୀତି

୨୦୨୯ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ସାରଦା!

ଆଗାମୀ ନିର୍ବାଚନକୁ ନେଇ ବଡ ଘୋଷଣା କଲେ ରାଉରକେଲା ବିଧାୟକ ସାରଦା ନାୟକ। ୨୦୨୯ ବିଧାନସଭା ନିର୍ବାଚନ ସେ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ନିର୍ବାଚନ ରାଜନୀତିରୁ ଦୂରେଇ ରହିବେ ବୋଲି ସେ ବୟାନରେ କହିଛନ୍ତି। ତେବେ ନିର୍ବାଚନ ନଲଢ଼ିବାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଦଳୀୟ ରାଜନୀତିରେ ସକ୍ରିୟ ରହିବେ ସାରଦା । ଦଳ ପକ୍ଷରୁ ଯେଉଁ ଦାୟିତ୍ୱ ଦିଆଯିବ, ତାହା ସେ ନିଷ୍ଠାର ସହ ତୁଲାଇବେ। ଏଥିସହ ନୂତନ ବ୍ୟକ୍ତିବିଶେଷ ଓ ଯୁବକମାନଙ୍କୁ ରାଜନୀତିରେ ସୁଯୋଗ ମିଳିବା ଉଚିତ ବୋଲି ମତ ରଖିଛନ୍ତି ।

୨୦୨୯ ନିର୍ବାଚନକୁ ନେଇ ଏବେଠୁ ରାଜନୈତିକ ତାତି ଆରମ୍ଭ ହୋଇଛି । ଏହାରି ଭିତରେ ରାଉରକେଲା ବିଧାୟକଙ୍କ ଘୋଷଣା ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି । ସାରଦାଙ୍କ ଏହି ଘୋଷଣା ପରେ ରାଉରକେଲା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୯ରେ ତାଙ୍କ ସ୍ଥାନରେ କିଏ ଦଳୀୟ ପ୍ରାର୍ଥୀ ହେବେ, ଯୁବ ନେତୃତ୍ୱକୁ କେତେ ଗୁରୁତ୍ୱ ମିଳିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Related posts

ବୃଦ୍ଧି ପାଉଛି ହାତୀ ଉପଦ୍ରଵ , ଧାନ ଖାଇ ଭାଙ୍ଗିଲା ଘର

mahabharatanews

ଡ୍ରଗ୍ସ ଅପରାଧକୁ ନେଇ ଏକ ସଚେତନତା ସାଇକ୍ଲୋଥନ୍ ରାଲି ଅନୁଷ୍ଠିତ

mahabharatanews

ସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବ

mahabharatanews