ଓଡିଶା

ଗରିବଙ୍କ ମୁହଁରେ ହସ ଫୁଟାଇବାକୁ ରାଳବ ଯୁବକଙ୍କ ଏକ ପ୍ରୟାସ

ହିଞ୍ଜିଳି, ରଜନିକାନ୍ତ ପାତ୍ର: ସାରା ଦେଶରେ ମହାମାରୀ କରୋନା ଭାଇରସ କାୟା ବିସ୍ତାର କରିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । କିନ୍ତୁ ଏହି ଲକଡାଉନ ଫଳରେ ଦେଶର ଅନେକ ଗରିବ ଖାଇବାକୁ ଗଣ୍ଡେ ନ ପାଇ ଭୋକ ଉପାସରେ କାଳ କାଟୁଛନ୍ତି। ଏଥି ସହ ଦେଶର ଅର୍ଥନୀତିକ ଅବସ୍ଥା ସଙ୍କଟ ଦେଇ ଗତି କରୁଛି। ଏପରି ଏକ ସମୟରେ ରାଳବ ଗ୍ରାମର କିଛି ଯୁବକ ଦୀର୍ଘ ୩ଦିନ ଧରି ଘରକୁ ଘର ବୁଲି ୧ଟଙ୍କାରୁ ଆରମ୍ଭ କରି ଲୋକଙ୍କ ସାଧ୍ୟ ମୁତାବ ଅର୍ଥ ସଂଗ୍ରହ କରିଛନ୍ତି । ସର୍ବମୋଟ ୧୩୦୦୦ ଟଙ୍କା ଆଦାୟ କରି ଯୁବକମାନେ ହିଞ୍ଜିଳିକାଟୁ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାତ୍ରଙ୍କ ଜରିଆରେ ମୁଖ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।ଏହି ପରି କାର୍ୟ୍ୟକରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ଅର୍ଥ ସଂଗ୍ରହ କାର୍ଯ୍ୟକୁ ନୀଳ ଭଉଳ,ଦୀପକ କୁମାର ପରିଡ଼ା,ଚନ୍ଦନ ଦଳାଇ,କାହ୍ନା ଖୁଣ୍ଟିଆ ଓ ବସନ୍ତ ପରିଡ଼ା ପରିଚାଳନା କରିଥିବା ବେଳେ କିଛି ଯୁବକ ମଧ୍ୟ ଏଥିରେ ସହଯୋଗ କରିଥିଲେ। ଏଥି ସହ ସେମାନେ ପଡେ଼ାଶୀ ଗ୍ରାମଗୁଡ଼ିକୁ ମଧ୍ୟ ଏହି ପରି ଛୋଟିଆ ପ୍ରୟାସ କରି ଅନେକ ଗରିବଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅନୁରୋଧ କରିଛନ୍ତି।

Related posts

ବାଲ୍ୟ ବିବାହ,ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

mahabharatanews

କରୋନା: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ୬ ରାଷ୍ଟ୍ର ସହ ଆଲୋଚନା

mahabharatanews

୭୦ କୋଟି ବ୍ୟୟ ରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ

mahabharatanews