ଓଡିଶା

କରୋନା: ରାଜ୍ୟ ସରକାରଙ୍କ ସହାୟତା ଲୋଡିଲେ ଷ୍ଟାର୍ଟ ଅପ ଉଦ୍ୟୋଗୀ

ଭୁବନେଶ୍ୱର: ମହାମାରୀ କରୋନାରେ ସାରା ବିଶ୍ୱର ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶିଡି ଯିବା ସ୍ଥିତିରେ । କଳା କାରଖାନା, ନିର୍ମାଣ, ଅଫିସ ସବୁ କିଛି ବନ୍ଦ । ଫଳରେ ଏହି ସ୍ଥିତିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜ୍ୟର ଷ୍ଟାର୍ଟ-ଅପ୍ ଉଦ୍ୟୋଗ । ରାଜ୍ୟର ୫୯୫ଟି ନୂଆ ଉଦ୍ୟୋଗ ‘ଷ୍ଟାର୍ଟଅପ୍ ଓଡ଼ିଶା’ରେ ପଞ୍ଜିକୃତ ହୋଇଥିବା ବେଳେ କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ଅନେକେ ବ୍ୟବସାୟ ବନ୍ଦ କରିସାରିଲେଣି । ଏହି ଉଦ୍ୟେ।।ଗୀଙ୍କୁ ରାଜ୍ୟ ସରକାର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଟ ଅପ ଉଦ୍ୟୋଗ ପକ୍ଷରୁ ଅନୁରୋଧ କରାଯାଇଛି ।

୫୯୫ଟି ସଂସ୍ଥା ମଧ୍ୟରେ ଇ-କମର୍ସ, କୃଷିଭିତ୍ତିକ ବ୍ୟବସାୟ, କଳା ଓ ସଂସ୍କୃତି, ଆଇଟିଇଏସ୍, ଅଳଙ୍କାର, ଆଇଟି ଉତ୍ପାଦ ଏବଂ ସ୍ୱାସ୍ଥ୍ୟ ସେବା ଭଳି ବିଭିନ୍ନ ପ୍ରକାରର ପ୍ରତିଷ୍ଠାନ ରହିଛି । ରାଜ୍ୟର ବିଭିନ୍ନ ସହରରେ ପରିଚାଳିତ ଏହି ଉଦ୍ୟୋଗଗୁଡ଼ିକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ଯୋଗାଇ ଦେଇଥିଲା । ନୂଆ ଉଦ୍ୟୋଗମାନଙ୍କର ଇକୋ-ସିଷ୍ଟମ୍ ବା ନେଟୱାର୍କ ବିକଶିତ ହୋଇ ଫଳପ୍ରଦ ହେବାକୁ ୭ରୁ ୧୦ ବର୍ଷ ଲାଗେ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ରାଜ୍ୟରେ ଗଢ଼ି ଉଠିଥିବା ଏହି ଉଦ୍ୟୋଗ ସବୁ ପ୍ରାରମ୍ଭିକ ଅବସ୍ଥାରେ ରହିଛନ୍ତି । ତେଣୁ ସେମାନଙ୍କର ଉପଯୁକ୍ତ ଯତ୍ନ ଓ ତତ୍ତ୍ୱାବଧାନ ଆବଶ୍ୟକତା ଥିବା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହି ୫୯୫ଟି ନୂଆ ଉଦ୍ୟୋଗର ସ୍ଥିତି ସୁଧାରିବା ଲାଗି ରାଜ୍ୟ ସରକାର ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରାଯାଇଛି। ଏକକାଳୀନ ଅର୍ଥିକ ସହାୟତା, ସ୍ବଳ୍ପ ସୁଧରେ ଋଣ ଏବଂ “କ୍ରେଡିଟ୍ ଗ୍ୟାରେଣ୍ଟି’ ଭଳି କେତେକ ବ୍ୟବସ୍ଥା ଦ୍ବାରା ଆର୍ଥିକ ସହାୟତା ପ୍ରଦାନ ଲାଗି ପରାମର୍ଶ ଦିଆଯାଇଛି ।

Related posts

୧୦ ଅଧିକାରୀଙ୍କ କାନ୍ଧରେ ୧୦ ଜିଲ୍ଲାର ବିକାଶ ଭାର

mahabharatanews

ଆଇସିୟୁରେ ଭର୍ତ୍ତି ହେଲେ କମଳା ପୂଜାରୀ

mahabharatanews

‘ଓଡ଼ିଶା ସ୍ୱାର୍ଥକୁ ନେଇ ସାଲିସ କରାଯିବନି’

mahabharatanews