ଓଡିଶା

ଲକ ଡାଉନ: ୩ ମଦ ବେପାରୀ ଗିରଫ

(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ: ସାରା ବିଶ୍ୱ କରୋନା ଆତଙ୍କରେ ଆତଙ୍କିତ । ସାରା ଦେଶ ଗୃହ ବନ୍ଦୀ ହୋଇଛି ଏହି ମହାମାରୀର ମୁକାବିଲା କରିବାକୁ । ଏପରି ସମୟ ମଦ ବେପାରୀମାନଙ୍କ ପାଇଁ ଯେମିତି ପୁଷ ମାସରେ ପରିଣତ ହୋଇଛି। ମଦ ବିକ୍ରି ଉପରେ କଟକଣା ଲାଗିଥିବାରୁ ବଜାରରେ ମଦ ମିଳୁନାହିଁ । ଏପରି ସମୟରେ କିଛି ଲାଭଖୋର ମଦ ବେପାରୀ ଦ୍ୱିଗୁଣା ମୂଲ୍ୟରେ ମଦ ବିକ୍ରି କରୁଥିବା ଖବର ପାଇ ଅଭୟ ଚାନ୍ଦପୁର ଥାନା ପୋଲିସ ନୋଳିଆ ସାହି ଗ୍ରାମରେ ଅଚାନକ ଚଢ଼ାଉ କରି ୬୫ ଲିଟର ଆସ୍କା ଫଟି ଜବତ କରିବା ସହିତ ଗୋଟିଏ କାର, ୧୨ ହଜାର ଟଙ୍କା, ୪ ଟି ମୋବାଇଲ ଫୋନ ଜବତ କରିବା ସହିତ ୩ ଜଣ ମଦ ବେପାରୀଙ୍କୁ ଗିରଫ କରିଛି।ସେମାନଙ୍କ ନାମରେ ୩୩/୨୦ ମାମଲା ରୁଜ୍ଜୁ କରାଯାଇ ଜେଲ ହଜାତକୁ ପଠେଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଜୟ ବେହେରା, ପ୍ରକାଶ ବେହେରା, ଗୌତମ ବେହେରା । ସମସ୍ତେ ନୋଳିଆ ସାହି ଗ୍ରାମର ବାସିନ୍ଦା।

Related posts

ପୁରୀରେ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ, କେମିତି ହେବ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା?

mahabharatanews

ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ପାଇଁ ଖୁସି ଖବର

mahabharatanews

‘ମୁଁ ଗୋ ମାଂସ ଖାଇନି’ : କାମ୍ୟା

mahabharatanews