ରାଇରଙ୍ଗପୁର: କରୋନାର ମୁକାବିଲା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି । ଏହି କ୍ରମରେ ମୟୂରଭଞ୍ଜଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମଧ୍ୟ ଲକଡାଉନ ହୋଇଛି । ସାଧାରଣତଃ ଆଦିବାସୀ ବହୁଳ ରାଇରଙ୍ଗପୁର ଅଞ୍ଚଳରେ ଖଟିଖିଆଙ୍କ ସଂଖ୍ୟା ଅତ୍ୟାଧିକ ଅଟେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ପୌରାଞ୍ଚଳକୁ ଖଟିଖିଆ ଭିକାରୀ ,ପାଗଳ,ଗାଈ,କୁକୁରଙ୍କୁ ରନ୍ଧା ଖାଦ୍ୟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଇରଙ୍ଗପୁର ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ଲୋକଙ୍କୁ ଥରୁଟିଏ ଦାନା ଦେବାରେ ସକ୍ଷମ ହୋଇନାହିଁ। ତେଣୁ ଏହି ଖଟିଖିଆ ମଣିଷ ତଥା ବୁଲା ଗୋରୁ ଗାଈ, କୁକୁର ବିଲେଇ ଖାଦ୍ୟ ନ ପାଇ ଡହଳ ବିକଳ ହେଉଛନ୍ତି । ଏହାକୁ ନେଇ ଆମ ପ୍ରତିନିଧି ପୌରପରିଷଦର ଅଫିସରଙ୍କୁ ଅବଗତ କଲେ ସୁଦ୍ଧା ଫୋନ୍ କଲ୍ କାଟି ଦେବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା । ବ୍ଲକ ସାମନା ଆସେକା କାର୍ୟ୍ୟାଳୟ ପଡିଆରେ ପଲିଥିନ ଟାଙ୍ଗି ବର୍ଷ ବର୍ଷ ଧରି ରହି ଭୋକ ଶୋଷରେ ଭିକ ମାଗି ଚଳୁଛନ୍ତି। କିନ୍ତୁ ବର୍ତ୍ତମାନ ଚାରି ଆଡେ ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ହେବାରୁ ଲୋକେ ଭୋକ ଉପାସରେ ରହିବା ଦେଖିବାକୁ ମିଳିଛି। ପୋଲିସ ପ୍ରସାଶନ ମୁଣ୍ଡ ଫଟା ଖରାରେ ଡିଉଟି କରି ସୁଧ୍ୟା ଚଉଜ ଗାଡିରେ ଖାଦ୍ୟ ବିଷ୍କୁଟ ଓ ଫଳ ବଣ୍ଟନ କରିବା ଦେଖିବାକୁ ମିଳିଛି।
previous post
