ଭୁବନେଶ୍ୱର: ଗତକାଲି ରାଜ୍ୟରେ ୨ ଜଣ କରୋନା ପଜିଟିଭ ନେଇ ମଧ୍ୟାହ୍ନରେ ସୂଚନା ମିଳିଥିବା ବେଳେ ରାତ୍ରୀରେ ଆଉ ୪ ଜଣ ଆକ୍ରାନ୍ତ ଥିବା ଟେଷ୍ଟ ପରେ ଜଣାପଡିଛି । ଅର୍ଥାତ୍ ଗତକାଲି ମୋଟ ୬ ଟି ପଜିଟିଭ ରିପେ।।ର୍ଟ ଆସିଛି । ଏହି ୪ ଜଣଙ୍କୁ ମିଶାଇବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ବାକି ୪୫ ଜଣଙ୍କ ଚିକିତ୍ସା ଚାଲିଛି । ଗତକାଲି ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ପଜିଟିଭଙ୍କ ମଧ୍ୟରୁ ଜଣେ କଳାହାଣ୍ଡିର ଥିବା ସେଠାକାର ଜିଲ୍ଲାପାଳ ଟ୍ୱିଟ କରି ଜଣାଇଛନ୍ତି । ପୂର୍ବରୁ ବାହରିନରୁ ଫେରିଥିବା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଏହି ବ୍ୟକ୍ତି ଆସିବାରୁ ସଂକ୍ରମିତ ହୋଇଥିଲେ ।
ଏଥିନେଇ କାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନ।। ଦିଆଯାଇଛି । ସୂଚନା ଓ ପ୍ରସାରଣ ବିଭାଗ ମଧ୍ୟ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଗତକାଲ, ୯ ତାରିଖରେ ମୋଟ ୪୦୮ ନମୁନା ପରୀକ୍ଷା କରାଯାଇଥିଲା। ଏଥିରୁ ୪୦୨ଟି ନେଗେଟିଭ୍ ଏବଂ ୬ଟି ପଜିଟିଭ୍ ଆସିଛି। ବର୍ତ୍ତମାନ ଟେଷ୍ଟିଂ କିଟ୍ ଆସିଯାଇଥିବାରୁ କରୋନା ପରୀକ୍ଷାର ମାତ୍ରା ବଢ଼ିବ ବୋଲି କୁହାଯାଉଛି। ଏହା ପୂର୍ବରୁ ଦିନରେ ୨ ଜଣ କରୋନା ପଜିଟିଭ୍ଙ୍କ ବାବଦରେ ତଥ୍ୟ ଦିଆଯାଇଥିଲା।
