ଭୁବନେଶ୍ୱର: କରୋନା ମହାମାରୀରେ ରାଜ୍ୟରେ ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି । ଏଥିନେଇ ଉକ୍ତ ହସ୍ପିଟାଲକୁ ଲୋକଙ୍କର ବିଭିନ୍ନ ସମସ୍ୟା ନେଇ ଯିବା ସଂକ୍ରମଣର କାରଣ ହୋଇପାରେ । ସାଧାରଣତଃ ଜ୍ୱର, ଥଣ୍ଡା, ଫ୍ଲୁ ପରି ସମସ୍ୟାରେ ହସ୍ପିଟାଲ ଯିବାକୁ ହେଉଥିବାରୁ ଏସବୁ ରୋଗ ଚିକିତ୍ସା ପାଇଁ ରାଜ୍ୟ ସରକାର ଭୁବନେଶ୍ୱରର କେତେକ ହସ୍ପିଟାଲର ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ସବୁ ହସ୍ପିଟାଲକୁ ଜ୍ୱର, ଫ୍ଲୁ ପରି ଲକ୍ଷଣ ଦେଖାଦେଲେ ସାଧାରଣ ଜନତା ଯାଇ ସେମାନଙ୍କ ଚିକିତ୍ସା କରାଇବାକୁ କୁହାଯାଇଛି । ଏହି ତାଲିକାରେ ମୋଟ ୧୬ଟି ନାମ ରହିଛି । ସେସବୁ ହେଲା, ଆମ୍ରି ହସ୍ପିଯାଲ, କଳିଙ୍ଗ ହସ୍ପିଟାଲ, ନିଳାଚଳ ହସ୍ପିଟାଲ, ସନସାଇନ, ସ୍ପର୍ଶ, ବ୍ଲୁ ହ୍ୱିଲ ହସ୍ପିଟାଲ, କେୟାର ହସ୍ପିଟାଲ, ଅଶ୍ୱିନୀ ଆଦିତ୍ୟ ହସ୍ପିଟାଲ, ଭୁବନେଶ୍ୱର ହସ୍ପିଟାଲ, ବିଏମଆରଆଇ ଇନ୍ଷ୍ଟିଚ୍ୟୁଟ ଆଣ୍ଡ ନର୍ସିଂ ହୋମ, ପଣ୍ଡା ହସ୍ପିଟାଲ, ପଣ୍ଡା ନର୍ସିଂ ହୋମ, ମା ଶକ୍ତି ହସ୍ପିଟାଲ, ଗ୍ୟାଷ୍ଟ୍ରୋ କିଡନୀ କେୟାର, ବିବେକାନନ୍ଦ ହସ୍ପିଯାଲ ଓ ଉସ୍ଥି ହସ୍ପିଟାଲ । ଏହି ହସ୍ପିଟାଲ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଲ ବିଭାଗ ଯୋଗାଯୋଗ ନମ୍ବର ମଧ୍ୟ ଜାରି କରିଛି । ବିଭାଗ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି ।
previous post
next post
