ଓଡିଶା

୧୬ କୋଟି ମାସ୍କ ବାଣ୍ଟିଲା ଜଗନ ସରକାର

ଅମରାବତୀ: ଆନ୍ଧ୍ରର ଜଗନ ରେଡ୍ଡୀ ସରକାର ରାଜ୍ୟବାସୀଙ୍କୁ ୧୬ କୋଟି ମାସ୍କ୍ ବାଣ୍ଟିବା ସହ ତୃତୀୟ ପର୍ଯ୍ୟାୟ ସର୍ବେକ୍ଷଣକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି । ମୁଣ୍ଡପିଛା ୩ଟି କରି ରାଜ୍ୟର ୫. ୩ କୋଟି ଲୋକଙ୍କୁ ମାସ୍କ୍ ବଣ୍ଟନ କରିବାକୁ ରବିବାର ଦିନ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେ‡ୀ ସରକାରୀ ଅଧିକାରୀମାନଙ୍କୁ କହିଛନ୍ତି । ତୃତୀୟ ପର୍ଯ୍ୟୟ ସର୍ବେକ୍ଷଣରେ ୧. ୪୭ କୋଟି ଜନତାଙ୍କ ମଧ୍ୟରୁ ସମୁଦାୟ ୧. ୪୩ କୋଟି ଜନତାଙ୍କୁ ମ୍ୟାପିଙ୍ଗ୍ କରାଯାଇଥିଲା । ସର୍ବେକ୍ଷଣ ସମୟରେ ୩୨, ୩୪୯ ଜଣ ଲୋକଙ୍କୁ ଫିଲଡ୍ ଷ୍ଟାଫଙ୍କ ଦ୍ୱାରା ଡାକ୍ତରୀ ପରୀକ୍ଷା କରାଇବାକୁ ରେଫର୍ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯, ୧୦୭ଜଣଙ୍କୁ ପରୀକ୍ଷା କରିବାକୁ ଡାକ୍ତରମାନଙ୍କୁ କୁହାଯାଇଥିଲା । କିନ୍ତୁ, ସମସ୍ତ ୩୨, ୩୪୯ ଲୋକଙ୍କୁ ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

କୋଭିଡ୍-୧୯ ବ୍ୟାପକ ହୋଇଥିବା ଜୋନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାଛଡ଼ା ରାଜ୍ୟର କ୍ଲଷ୍ଟର୍, ରେଡ୍ ଜୋନ୍ ଏବଂ ହଟ୍ଷ୍ପଟ୍ ଅଞ୍ଚଳଗୁଡ଼ିକର ସବିଶେଷ ବିବରଣୀ ମଧ୍ୟ ମୁଖ୍ୟମନ୍ତ୍ରୀ ମାଗିଛନ୍ତି । ବରିଷ୍ଠ ନାଗରିକ, ରକ୍ତ•ପ ରୋଗୀ, ମଧୁମେହ ରୋଗୀ ଏବଂ ଅନ୍ୟାନ୍ୟ ରୋଗୀମାନଙ୍କ ପ୍ରତି ପ୍ରଥମେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ରାଜ୍ୟରେ ଭୂତାଣୁ ସଂକ୍ରମଣ ସ୍ତର ଆକଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କୋଭିଡ୍-୧୯ ବ୍ୟାପକ ହୋଇଥିବା ଅଞ୍ଚଳରେ ୪୫୦୦୦ ପରୀକ୍ଷା କରିବ ।

Related posts

ଆଜିଠୁ ଆରମ୍ଭ ଭିତର ଚନ୍ଦନ ଯାତ୍ରା

mahabharatanews

ସଂଗରୋଧ କେନ୍ଦ୍ରରେ ମିଳୁନି ଆଶ୍ରୟ: ଗଛ ତଳେ ଭୋକ ଉପାସରେ ପ୍ରବାସୀ

mahabharatanews

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି 

mahabharatanews