ନୂଆଦିଲ୍ଲୀ: ମହାମାରୀ କରୋନାକୁ ପ୍ରତିହତ କରିବାକୁ ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଜରୁରୀ ହୋଇଥିବାରୁ ଦେଶରେ ଲକଡାଉନ ଅବଧିକୁ ଆଉ ୧୯ ଦିନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହି ଅବସରରେ ସେ ମୁହଁରେ ମାସ୍କ ବାନ୍ଧିବାକୁ ପ୍ରବର୍ତ୍ତାଇ ଥିଲେ । ତେବେ ଦେଶରେ ମାସ୍କର ଅଭାବ ସହ ସମସ୍ତଙ୍କ ପକ୍ଷରେ ମାସ୍କ ବ୍ୟବହାର ସମ୍ଭବ ହୋଇ ନଥିବାରୁ ଏଥିନେଇ ସେ ନିଜେ ତାଙ୍କ ଉତ୍ତରୀୟକୁ ମାସ୍କ ରୂପେ ବ୍ୟବହାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଏଥିସହ ସେ ମାସ୍କ ବ୍ୟବହାର ପ୍ରତି ସଚେତନତା ସୃ୍ଷ୍ଟି କରିବା ଲକ୍ଷ୍ୟରେ ଆଜି ତାଙ୍କ ଟ୍ୱିଟର ପେଜର ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ଏହି ଫଟୋରେ ସେ ମୁହଁରେ ମାସ୍କ ପରି ତାଙ୍କ ଉତ୍ତରୀୟ ଲଗାଇ ନାକ ଓ ପାଟିକୁ ଘୋଡାଇଥିବା ଦେଖିବାକୁ ମଳିଛି ।
ପୂର୍ବରୁ ମଧ୍ୟ ଦେଶରେ ମାସ୍କର ଅଭାବ କାରଣରୁ ରୁମାଲ, ଗାମୁଛା ଆଦି ବ୍ୟବହାର କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଥିଲେ । ଏଥିସହ ସେ ମଧ୍ୟ ନିଜେ ଉତ୍ତରୀୟ ବାନ୍ଧିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଭିଡିଓ କନଫେରେନ୍ସରେ ତାଙ୍କୁ ଉତ୍ତରୀୟ ମାସ୍କ ରୂପେ ବ୍ୟବହାର କରିବାର ଦେଖିବାକୁ ମିଳିଥିଲା ।