Uncategorized

ଦେଶରେ କରେ।।ନା ମୃତ୍ୟୁସଂଖ୍ୟା ୪୧୪: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଲକଡାଉନ ସତ୍ତେ୍ୱ ଦେଶରେ କରୋନା ଧୀରେଧୀରେ କାୟା ବିସ୍ତାର କରିବାରେ ଲାଗିଛି। କରୋନାରେ ୪୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨,୩୮୦ ଜଣଙ୍କ ଶରୀରରେ ଏହି ଭୂତାଣୁ ଠାବ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ ୧୪୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୦,୪୭୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳ ୮.୩୦ରେ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରରରେ ସର୍ବାଧିକ ୧୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୫୩, ଗୁଜରାଟରେ ୩୩, ଦିଲ୍ଲୀରେ ୩୨, ତେଲେଙ୍ଗାନାରେ ୧୮, ତାମିଲନାଡୁରେ ୧୪, ପଞ୍ଜାବରେ ୧୩, କର୍ଣ୍ଣାଟକାରେ ୧୨, ଉତ୍ତର ପ୍ରଦେଶରେ ୧୧ ଓ ପଶ୍ଚିମବଙ୍ଗରେ ୭ ଜଣ ଲୋକ କରୋନାରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୩୩ ଓ ମୃତ୍ୟୁସଂଖ୍ୟା ୩୯୩ ରହିଥିଲା। ତେବେ ମହାରାଷ୍ଟ୍ର ଓ ଦିଲ୍ଲୀରୁ ଖୁସି ଖବର ଆସିଛି। ଗତକାଲି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟାର ଯଥେଷ୍ଟ ହ୍ରାସ ପାଇଛି। ଦିଲ୍ଲୀରେ ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରରେ ୨୩୨ଟି ନୂଆ ମାମଲା ଠାବ ହୋଇଛି। ଅର୍ଥରତତ୍ ୀରଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪% ହ୍ରାସ ପାଇଛି। ଏଠାରେ ଗତକାଲି ୯ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାରେ ୧୯୮ଟି ନୂଆ ମାମଲା ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Related posts

ତାମିଲନାଡୁ: ୧୫ରୁ ଜାଲିକାଟୁ ପ୍ରତିଯୋଗିତା, ଭାଗ ନେବେ ୨ ହଜାର ଷଣ୍ଢ

mahabharatanews

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

mahabharatanews

ସରଦ ପାୱାରଙ୍କୁ ସମନ

mahabharatanews