Uncategorized

ମିଗ-୨୯ ଦୁର୍ଘଟଣାଗ୍ରସ୍ତ

ପାନାଜୀ: ଗୋଟିଏ ମିଗ ୨୯କେ ଯୁଦ୍ଧ ବିମାନ ଆଜି ନିୟମିତ ତାଲିମ କାଳରେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଳସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବିମାନର ପାଇଲଟ ଦୁର୍ଘଟଣା ପୂର୍ବରୁ ସଫତାପୂର୍ବକ ବିମାନରୁ ବାହାରି ଯିବାରେ ସକ୍ଷମ ହୋଇଛନ୍ତି । ଏହା ପରେ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି । ଭାରତୀୟ ଜଳସେନା ସୂତ୍ରରୁ ପ୍ରକାଶ, ଆଜି ପୂର୍ବାହ୍ନ ପ୍ରାୟ ୧୦.୩୦ ମିନିଟ ସମୟରେ ମିଗ ୨୯କେ ଯୁଦ୍ଧ ବିମାନ ଏକ ତାଲିମ ଉଡାଣ ଭରିଥିଲା । କିନ୍ତୁ ପରେ ଏହା ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବିମାନର ପାଇଲଟ ସୁରକ୍ଷିତ ବାହାରି ଯିବାରେ ସକ୍ଷମ ହୋଇଛନ୍ତି ଓ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Related posts

ସୁଡାନର ପୂର୍ବତନ ରାଷ୍ଟ୍ରପତିଙ୍କ  ପରଲୋକ

mahabharatanews

୩ ଆତଙ୍କୀ ପୁଣି ଢେର

mahabharatanews

୩ ବିଚାରପତିଙ୍କୁ ପଦରୁ ହଟାଇଲେ ମାଡ୍ରାସ ହାଇକୋର୍ଟ

mahabharatanews