ଓଡିଶା

ରାସନ ଓ ସାବୁନ ବାଣ୍ଟିବା ନାଁରେ,ବାଣ୍ଟିବେ କି କୋରୋନା?

(ଜଳେଶ୍ୱର/ଅଜିତ ସାହୁ):  ଖାଦ୍ୟ,ରାସନ,ମାସ୍କ ଓ ସାବୁନ ବାଣ୍ଟିବା ନାଁରେ,ବାଣ୍ଟିବେ କି କୋରୋନା। ଏକଥା ଆମେ କହୁନୁ ଏହା ସାଧରଣରେ ଆଲୋଚନା ହେଉଛି ଓ ଏହି ଫଟୋ ସ୍ପଷ୍ଟ ଭାବେ କହୁଛି । ଏମିତି ଏକ ଅଭାବନିୟ ଘଟଣା ବାଲେଶ୍ୱର ଜିଲ୍ଲାର ବସ୍ତା, ଜଳେଶ୍ୱର, ଭୋଗରାଇ ,ବାଲିଆପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଭଲ ଭାବେ ଏହି ଫଟୋ କୁ ଦେଖନ୍ତୁ ବଣ୍ଟନ ବେଳେ ସାମାଜିକ ଦୂରତା ଜମାରୁ ନାହିଁ। ଖାଦ୍ୟ ଓ ରେସନ ସାମଗ୍ରୀ ନେବା ପାଇଁ ଶହ ଶହ ଲୋକ ଗୋଟିଏ ଜାଗାରେ ପୋକ ମାଛି ପରି ଏକାଠି ହୋଇଛନ୍ତ। ତେବେ ଏଠି ପ୍ରଶ୍ନ ଉଠୁଛି ସରକାର ଓ ପ୍ରଶାଶନ ଏସବୁ ଜାଣି ପାରୁନାହାନ୍ତି, ନା ସବୁ ଜାଣି ଶୁଣି ଚୁପ ହୋଇ ବସିଛନ୍ତି। ବାଲେଶ୍ୱର ସହରରୁ କୋରୋନା ଚିହ୍ନଟ ହେବା ପରେ ଜିଲ୍ଲା ବାସୀ ଭୟରେ ରହୁଛନ୍ତି । ସବୁ ଜାଣି ସ୍ଥାନୀୟ ପୋଲିସ ଓ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛନ୍ତି। କେବଳ ସେତିକି ନୁହେଁ ଲକଡାଉନ ସମୟରେ ସରକାର ଓ ପ୍ରଶାସନ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ କିଛି ମହିଳା ଗ୍ରୁପ ଓ ସଂଗଠନ ସରକାରୀ ପ୍ରତ୍ସାହନ ରାଶି ପାଇବା ଉଦ୍ଦେଶ୍ୟ ହେଉ ବା ନିଜର ପ୍ରଚାର ପ୍ରସାର ପାଇଁ ଫଟୋ ଉଠାଇବା ଓ ଖବର ପ୍ରସାରିତ ଉଦ୍ଧେଶ୍ୟରେ ଲୋକ ଦେଖଣିଆ ଭାବେ ଖାଦ୍ୟ ବଣ୍ଟନକୁ ଏକ ମାଧ୍ୟମ ବୋଲି ବାଛି ନେଇଛନ୍ତି । ଏଭଳି ଯତ୍ନବାନ ନହୁନ୍ତି, ଖାଦ୍ୟ ଓ ରେସନ ନାଁରେ ଏହି ରୋଗ ଲୋକଙ୍କ ଘରେ ପହଂଚିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।

Related posts

ରାଜ୍ୟରୁ ୧୧ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

mahabharatanews

ବ୍ୟାଟେରୀ ଫାଟି ୩ ନାବାଳକ ଗୁରତର

mahabharatanews

ଚାରି ଅନାଥ ଛୁଆଙ୍କ ବୋଝରେ ଅସହାୟ ମା’

mahabharatanews