ଓଡିଶା

ବିଲୁପ୍ତ ହେବାକୁ ବସିଲାଣି ମହାଦ୍ରୁମ ନିମ୍ବ।

(ଜଳେଶ୍ଵର/ଅଜିତ ସାହୁ)- ହିନ୍ଦୁ ପରମ୍ପରା ଅନୁଯାୟୀ ନିମ୍ବ ଗଛ ହେଉଛି ଦାରୁବ୍ରହ୍ମ।ଏଥିରେ ଭରି ରହିଛି ବହୁ ଔଷଧିୟ ଗୁଣ।ସେଥିପାଇଁ ଭକ୍ତିରେ ହେଉ ବା ଶ୍ରଦ୍ଧାରେ ନିମ ଗଛକୁ ପୂଜା ଅର୍ଚ୍ଚନା କରିବା ସହିତ ବିଭିନ୍ନ ସ୍ଥାନରେ ରୋପଣ କରି ଏହାର ଯତ୍ନ ନେଇଥାନ୍ତି। ମାତ୍ର ଏବେ ସଂକଟରେ ଏହି ଔଷଧୀୟ ଦ୍ରୁମ ନିମ ଗଛ। ଗୋଟିଏ କି ଦୁଇଟି ନୁହଁ ଜଳେଶ୍ୱର, ବସ୍ତା, ଭୋଗରାଇ,ବାଲିଆପାଳ, ବାଲେଶ୍ୱର ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଅଞ୍ଚଳରେ ଶତାଧିକ ଗଛ ସୁଖୀ,ସୁଖୀ କ୍ରମଶଃ ମରିବାକୁ ବସିଲାଣି। ବର୍ତ୍ତମାନ ସମୟରେ ଗଛରେ ନୂଆ ପତ୍ର, ଫୁଲ,ଫଳରେ ଗଛ ଛାଇଯିବା କଥା। ମାତ୍ର ଏହାର ବ୍ୟତିକ୍ରମ ଘଟି ବିଭିନ୍ନ ଅଞ୍ଚଳର ଶତାଧିକ ଗଛ ସୁଖି ସୁଖି ମରିଯାଉଛି। ସୂଚନା ଥାଉକି ସୁଖୀ ମରିଯାଉଥିବା ଗଛ ମାନଙ୍କ ଭିତରେ ନିର୍ଦ୍ଦିଷ୍ଟ କୌଣସି ବୟସ ସୀମା ନାହିଁ। ଚାରା ଗଛଠୁ ଆରମ୍ଭ କରି ୧୦୦ ବର୍ଷରୁ ଉର୍ଦ୍ଧ୍ବ ମହାଦ୍ରୁମ ଗଛ ଶୁଖିଶୁଖି ପତ୍ର ଝଡି କ୍ରମଶଃ ମରିଯାଉଛି। ନିମ ଗଛର କାଠ ବା ଗଣ୍ଡିର ଯେ କେବଳ ଚାହିଦା ରହିଛି ତାହା ନୁହେଁ, ଏହି ଗଛ ଛାଇ ପ୍ରଦାନ କରିବା ସହିତ ପତ୍ର,ଫୁଲ, ଫଳ,ଛାଲି ସହିତ ସମ୍ପୂର୍ଣ୍ଣ ଗଛ ଔଷଧିୟ ଗୁଣରେ ପରିପୂର୍ଣ୍ଣ। ନିମ୍ବ ଗଛର ସ୍ୱାଦ ପିତା ସାଙ୍ଗକୁ କାଠ, ଗଣ୍ଡି ବହୁ ଶକ୍ତ ହୋଇଥାଏ ଚେର ଗୁଡିକ ବହୁ ଗଭୀର କୁ ଲମ୍ବି ଥାଏ।ଏଥିପାଇଁ ସହଜରେ ରୋଗ, ପୋକ କି ଉଇ ସହଜରେ ଧରିନଥାଏ କିମ୍ବା ପାଣି ଅଭାବ ବା ଅଧିକ ତାପମାତ୍ରରେ ମଧ୍ୟ ଗଛ ମରିବାର ସମ୍ଭାବନା ନଥାଏ। ଏଠାରେ ସୂଚନା ଥାଉକି ଆଧୁନିକତା ନାଁରେ ସମୟର କାଳଚକ୍ରରେ ଜଳବାୟୁର ପରିବର୍ତନ ଓ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବହୁଳ ମାତ୍ରାରେ ପ୍ଲାଷ୍ଟିକ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଵ୍ୟଵହାର ପାଇଁ ଛୋଟ ବଡ଼ ବହୁ ପ୍ରଜାତିର ପ୍ରାଣୀ, ବୃକ୍ଷ ଲତା, ଉଦ୍ଭିଦ ଲୋପ ହୋଇଯାଇଛି। ନିମ୍ବ ଗଛ ଗୁଡିକ କାହିଁକି ସୁଖୀ ମରିବାକୁ ବସିଛି, ଏହା କୌଣସି ରୋଗ ନାଁ ଏହା ପଛରେ ଅନ୍ୟକିଛି କାରଣ ରହିଛି, ତାହାର କାରଣ ଖୋଜା ନଯାଏ ଆଗାମୀ ଦିନରେ ଔଷଧୀୟ ନିମ୍ବଗଛ ସହିତ ଏ ମଣିଷ ସମାଜ ମଧ୍ୟ ବିଲୁପ୍ତ ହେବାର ସମ୍ଭାବନାକୁ ସହଜରେ ଏଡାଇ ଦିଆଯାଇ ନପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜ ସେବୀ ତଥା ଓଲମରା ସରପଞ୍ଚ ଜତୀନ୍ଦ୍ର ନାଥ ମହାନ୍ତି ଏହାର ଉଚ୍ଚସ୍ତରୀୟ ଗବେଷଣା କରି କାରଣ ଖୋଜିବା ପାଇଁ ଦାବି କରିବା ସହିତ, ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏନେଇ ବନ ବିଭାଗ କୁ ପଚାରିବାରୁ ଘଟଣା ସମ୍ପର୍କରେ କୌଣସି ସଠିକ ଦେଇପାରିନଥିଲେ। ତେବେ ଜଳେଶ୍ୱର ବିଧାୟକ ଅଶ୍ଵନି କୁମାର ପାତ୍ର ଏଥିପାଇଁ ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

Related posts

ଅନୁଗୁଳରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

mahabharatanews

ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ

mahabharatanews

ଶ୍ରୀ ମନ୍ଦିର ଚାରି ପାଖରୁ ବ୍ୟବସାୟ ପ୍ରତିଷ୍ଠାନ ଉଛେଦ ପ୍ରକ୍ରିୟା ଆରମ୍ଭ

mahabharatanews