ଓଡିଶା

ବଜାରରେ ନାହିଁ ଆଳୁ: ପୁଣି ବଢ଼ିଲା ଦର

ଭୁବନେଶ୍ବର:  ପୁଣି ବଜାରରେ ତେଜିଛି ଆଳୁ ନିଆଁ । ଗତ କିଛି ଦିନ ହେବ ଆଳୁ ଦର ସ୍ବାଭାବିକ ଥିବା ବେଳେ ଏବେ ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଛି। ଗୋଟିଏ ପଟେ ପଶ୍ଚିମବଙ୍ଗ ଆଳୁ ଦେଉନଥିବା ବେଳେ ୟୁପିରୁ ଆଳୁ ଆସିବା ଆଶା ଏବେ ମଉଳି ପଡିଛି । ଯାହା ଓଡିଶା ବଜାରରେ ଆଳୁ ଉପରେ ମହଙ୍ଗା ମାଡ କରିଛି । ଆଳୁକୁ ନେଇ ଏବେ ମଧ୍ୟ ଟେନ୍‌ସନ ଲାଗି ରହିଥିବା ବେଳେ କଟକ ଓ ଭୁବନେଶ୍ୱରରେ ଆଳୁ ଗୋଦାମ ଆଳୁ ନାହିଁ। ଫଳରେ ଟୁଇନ୍‌ ସିଟିରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢ଼ି ଯାଇଛି। ବଜାରରେ ଆଳୁ ମିଳୁ ନ ଥିବା ବେଳେ କାଁ ଭାଁ ଯେଉଁଠି ଅଛି କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ଦିନରେ ଆଳୁ କେଜି ୨୦ ରୁ ୨୫ କେଜି ବଡିଥିବା ବେଳେ ଦଳ ଏବେ ୬୦ ଛୁଇଁଛି । ଉତ୍ତରପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିନଥିବାରୁ କଟକ ଛତ୍ରବଜାର ଓ ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଅଭାବ ଦେଖା ଦେଇଥିବାରୁ ଏଭଳି ସଙ୍କଟ ଉପୁଜିଛି ।

ତେବେ ପଡୋଶୀ ପଶ୍ଚିମବଙ୍ଗ ଆଳୁ ଯୋଗାଇବାରେ ମନମାନୀ କରିବା ପରେ ଓଡିଶାରେ ଆରମ୍ଭ ହୋଇଥିଲା ଆଳୁ ବିବାଦ । ଏଥିରେ ମୁଖ୍ୟମନ୍ତ୍ରୀ ନିଜେ ଯାଇ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରିବା ପରେ ଓଡିଶାକୁ କିଛି ପରିମାଣର ଆଳୁ ଦେଇଥିଲା ପଶ୍ଚିମବଙ୍ଗ । ହେଲେ ପରେ ଏଥିରେ ପଶ୍ଚିମବଙ୍ଗ ଖିଲାପ କରିବାରୁ ସରକାର ତାଙ୍କ ସ୍ବାଭିମାନ ଦେଖି ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଯୋଜନା କରିଥିଲେ । ଯାହାପରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ହେବାପରେ କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ଓଡିଶାରେ ପହଞ୍ଚିଥିଲା । ଏହାପରେ ବଜାରରେ ମଧ୍ୟ ଆଳୁଦର ସ୍ବାଭାବିକ ରହିଥିଲା । ହେଲେ ଏବେ ଉତ୍ତରପ୍ରଦେଶ ସରକାର ବି ଓଡିଶା ଆବଶ୍ୟକ କରୁଥିବା ଆଳୁ ଯୋଗାଇ ପାରିନାହାନ୍ତି । ଯାହାଫଳରେ ଓଡିଶାରେ ପୁଣି ଆଳୁ ସଙ୍କଟ ଦେଖାଯାଇଛି । ଆଳୁ ଗୋଦାମକୁ ଆଳୁ ନଆସିବାରୁ ବଜାରରେ ଆଳୁ ନିଆଣ୍ଟିଆ ପରିସ୍ଥିତି ସୃଷ୍ଟି ହେବାରୁ ଏବେ ପୁଣି ଆଳୁ ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡିଛି । ଗତକାଲି ଯେଉଁଠି ଆଳୁ ୩୫ ରୁ ୪୦ ଟଙ୍କାରେ ଲୋକେ କିଣୁଥିଲେ ଆଜି ସକାଳୁ ସକାଳୁ ୫୦ ରୁ ୬୦ ଟଙ୍କାରେ କିଣିଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଏନେଇ ପୂର୍ବରୁ ଆଳୁ ଅଭାବ ହେଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଦେଖାଯାଉ ପୁଣି ଆଳୁର ବଢୁଥିବା ଦରକୁ କିପରି ନିୟନ୍ତ୍ରଣ କରୁଛନ୍ତି ଓଡିଶା ସରକାର ? ପଞ୍ଜାବ ଓ ଉତ୍ତରପ୍ରଦେଶ ମିଶିକି ଓଡିଶାରେ ଆଳୁ ଅଭାବ ପୂରଣ କରିପାରିବେ ନାଁ ପୁଣି ପଶ୍ଚିମବଙ୍ଗ ସହାୟତା ଲୋଡିବେ ସରକାର?

Related posts

ପୁଣି ବଦଳିଲା ନିଷ୍ପତ୍ତି, ୧୪ରୁ ନୁହେଁ ଫେବ୍ରୁଆରୀ ୨୮ରୁ ପିଲା ଆସିବେ ସ୍କୁଲ

mahabharatanews

ଆସନ୍ତାକାଲି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

mahabharatanews

ଓଏସ୍ଏସଟିଇଟି ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ

mahabharatanews