ଓଡିଶା

ଆଜିଠାରୁ କୋହଳ ହେଲା କଟକଣା ମାଲକାନଗିରିରେ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନାଗ): ମାଲକାନଗିରିରେ ଦ୍ୱିତୀୟ ପର୍ୟ୍ୟାୟ ଲକ୍ଡାଉନ କଟକଣା ଆଜିଠାରୁ କୋହଳ ହେବ । ଅଣସମ୍ବେଦନଶୀଳ କ୍ଷେତ୍ରକୁ ଗୁରୁତ୍ୱ ଦେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୃଷି କାର୍ୟ୍ୟକ୍ରମ ସହ ଖୋଲିବ ସରକାରୀ ଅଫିସ। ନିର୍ମାଣ କାର୍ୟ୍ୟ ମଧ୍ୟ ଆରମ୍ଭ ହେବ ।କୃଷିକାର୍ୟ୍ୟରେ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ । ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ୟ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି। ସେମିତି ସାମାଜିକ ଦୂରତା ରଖି ଆରମ୍ଭ ହୋଇଛି ମନରେଗା କାମ। ତେବେ ନିର୍ମାଣ କାମ ଚାଲୁ ରଖିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସ ଓପି ପାଳନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିର୍ମାଣ ପାଇଁ ଅନୁମତି ମିଳିଛି । ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ଅନୁମତି ନାହିଁ । ଡାକ୍ତରଖାନା, ପଶୁଚିକିତ୍ସା ସେବା ଓ ଅତ୍ୟାବଶ୍ୟକ ସେବା ପରିବହନ ପାଇଁ ଘରୋଇ ଗାଡି ଯାତାୟତକୁ ଅନୁମତି ମିଳିବ । ଚାରି ଚକିଆରେ ଡ୍ରାଇଭର ବାଦ୍ ଜଣେ ଲୋକ ଓ ଦୁଇ ଚକିଆରେ କେବଳ ଚାଳକକୁ ଅନୁମିତି ମିଳବ।ତେବେ ଗ୍ରାମାଞ୍ଚଳରେ ସବୁ ପ୍ରକାର ରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ସହ ମରାମତି, ଜଳସେଚନ କାମ , ଘର ଓ ଶିଳ୍ପ ପାଇଁ ବି ନିର୍ମାଣ କାମକୁ ଅନୁମତି ମିଳିବ। ସରକାରୀ କାର୍ୟ୍ୟାଳୟ ଖୋଲା ରହିବ ଓ କେଉଁ କର୍ମଚାରୀ ଆସିବେ ସେ ନେଇ ବି ଗାଇଡଲାଇନ ଜାରି ହୋଇଛି । ଏହାସହ କିଛି ଔଦ୍ୟୋଗିକ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯିବ । ଆଇଟି, ହାର୍ଡେଓ୍ୱର ନିର୍ମାଣ, ଔଷଧ ଓ ଚିକିତ୍ସା ଉପକରଣ ଉତ୍ପାଦନ, ସ୍ପେଶାଲ ଇକୋନମିକ ଜୋନ୍ ରପ୍ତାନୀ ଭିତ୍ତିକ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ ଓ ଇଣ୍ଡଷ୍ଟ୍ରିଆଲ ଟାଉନସିପରେ ଥି ଶିଳ୍ପଦ୍ୟୋଗଗୁଡ଼ିକ ବି ଚାଲିବ ।ମାଲକାନଗିରି ଜିଲ୍ଲାରେ ପର୍ୟ୍ୟାୟକ୍ରମେ ସମସ୍ତ ସରକାରୀ କାଯର୍ୟାଳୟ ଖୋଲିବ । ସରକାରୀ ଶିଳ୍ପ ପ୍ରତିଷ୍ଠାନ, ସରକାରୀ ଅନୁମୋଦିତ ହୋଇଥିବା କାର୍ୟ୍ୟ ଲାଗି ବିଭିନ୍ନ ଦୋକାନ ମଧ୍ୟ ଖୋଲିବ । ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଦୋକାନ ପୂର୍ବ ଧାର୍ୟ୍ୟ ସମୟ ଅନୁସାରେ ଖୋଲିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଯାନବାହନର ସୁବିଧା ଲାଗି ପେଟ୍ରୋଲ ପମ୍ପ ଏବଂ ସର୍ଭିସ ସେଣ୍ଟର ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲାପାଳ।

Related posts

ପଥର ବନ୍ଧ ବେହେରା ସାହିରେ ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ନନ୍ଦନକାନନରେ ଘମାଘୋଟ ଲଢ଼େଇ

mahabharatanews

 ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ

mahabharatanews

Leave a Comment