ଓଡିଶା

ମହୁଲ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ

(ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି): ଲକ ଡାଉନ ପାଇଁ ରାସ୍ତା ଘାଟ ଶୂନ ଶାନ। ଜନ ଶୂନ୍ୟ ସବୁଠି ଖାଁ ଖାଁ । ଜାରି ରହିଛି ଦୂତୀୟ ପର୍ୟ୍ୟାୟ ଲକ ଦାଉନ। ହେଲେ ଲକଡାଉନରେ ଜୀବନ ଜୀବିକା ହରାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ । ଜୀବିକା କହିଲେ ଜଙ୍ଗଲ ଜାତ ଦ୍ରବ୍ୟ। ସେଥି ମଧ୍ୟରୁ ମହୁଲ ଫୁଲ ଅନ୍ୟତମ ବର୍ଷ ତମାମ ମହୁଲ ଫୁଲ ଉପରେ ଏମାନେ ନିର୍ଭର କରିଥାନ୍ତି।ହେଲେ ଲକ ଡାଉନ ପାଇଁ ନା ବେପାରୀ ଆସୁଛନ୍ତି ନା ବେପାର ହେଉଛି। ଉପରେ ମୁଣ୍ଡ ଫଟା ଖରା ତଳେ ମହୁଲ ଗୋଟେଇ ବାରେ ବ୍ୟସ୍ତ ଗାଉଁଲି ମଣିଷ। ଏବେ ମହୁଲ ଫୁଲ ର ମହକ ର ସମୟ।ଆଦିବାସୀ ଙ୍କ ପାଇଁ ଜୀବିକା ର ପ୍ରମୁକ ଉତ୍ସ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ର ଆଦିବାସୀ ମାନେ ମାର୍ଚ୍ଚ ଓ ଏପ୍ରିଲ ମାସ ସମୟରେ ମହୁଲ ସଂଗ୍ରହ ରେ ଲାଗି ପଡ଼ନ୍ତି।ପିଲାଠୁ ବୁଢା ସମସ୍ତେ ସକାଳ ହେବା କ୍ଷଣି ମହୁଲ ସଂଗ୍ରହ ରେ ଲାଗିପଡନ୍ତି।ମହୁଲ ସୁଖିବା ପରେ ଏହାକୁ ହାଟ ରେ ବିକିବା ପାଇଁ ନେଇଥାନ୍ତି।ହେଲେ ଏବେ କିନ୍ତୁ ସବୁ ଠି ତାଲା ବନ୍ଦ।ଖୋଲୁ ନାହିଁ ହାଟ ବଜାର ବିକ୍ରି ହୋଇ ପାରୁ ନାହିଁ ମହୁଲ। ନା ଅଛି ଖଣି ନା ଅଛି ପାଣି। ମହୁଲ ବିକ୍ରି ହେଲେ ଘର ଚଳିବ କିନ୍ତୁ ବ୍ୟବସାୟି ଆସୁନାହାନ୍ତି ଆଦିବାସୀ ଙ୍କ ଆୟ ବନ୍ଦ ହେଇ ଯାଇଛ।ପରିବାର ଚଳାଇବା କଷ୍ଟ ହୋଇ ଗଲାଣି।ବର୍ତ୍ତମାନ ଏହି ନିରୀହ ଆଦିବାସୀ ଙ୍କର ବର୍ଷ ସାରା ର ଜୀବିକା ବନ୍ଦ ହୋଇ ଯାଇଛି କେମିତି ମହୁଲ ବିକ୍ରି ହେବ ତାକୁ ନେଇ ଚିନ୍ତାରେ ଏବେ ଚାଷୀ।

Related posts

ସାଲେପୁର ହାଇସ୍କୁଲର ପ୍ଲାଟିନମ ଜୁବୁଲି ଉଦ୍ୟାପିତ

mahabharatanews

କୋଭିଡରେ ରାଜ୍ୟରେ ଅନାଥ ହୋଇଛନ୍ତି ୨୪,୪୦୫ ଶିଶୁ

mahabharatanews

ହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews