ଓଡିଶା

ଓଡିଶା ଜନତା କଂଗ୍ରେସ ସେବା ସଙ୍ଗଠନର ପ୍ରଶିକ୍ଷଣ ଶିବିର ଉଦଘାଟିତ

ଲୋକଙ୍କ ସେବା ଆମର ପ୍ରାଥମିକତା। ସେବା ଦ୍ୱାରା ଲୋକଙ୍କ ନିକଟତର ହୋଇ ପାରିବା। ଏହାଦ୍ବାରା ଉତ୍ତମ ସଂଗଠକ ସୃଷ୍ଟି ହୋଇ ପାରିବେ। ପ୍ରତ୍ୟେକ ଜିଲା ରେ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଯିବ। ସେଥିପାଇଁ ପ୍ରତି ଜିଲା ରେ ୧ ହଜାର ରୁ ଉର୍ଦ୍ଧ୍ବ ଭଲ ସଂଗଠକ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ଶୁକ୍ରବାର ଯାଜପୁର ଜିଲା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଓଳାଶୁଣୀ ଠାରେ ଓଡିଶା ଜନତା କଂଗ୍ରେସ (ଓଜେସି) ର ତିନି ଦିନିଆ ସେବା ସଙ୍ଗଠନ ତାଲିମ ଶିବିର କୁ ଉଦଘାଟନ କରି କହିଛନ୍ତି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସେବା ସଙ୍ଗଠନ ର ଅଧକ୍ଷ ମନୋଜ କୁମାର ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ତାଲିମ ଶିବିର ରେ ଅତିଥି ଭାବରେ ବିଶିଷ୍ଟ ଲେଖକ ଓ ସାହିତ୍ୟିକ ପ୍ରଫେସର ଦାସ ବେନହୁର ଯୋଗଦେଇ ନିଜକୁ କଷ୍ଟ ଦେଇ ଅନ୍ୟକୁ ଝୁକାଇବା ହେଉଛି ସତ୍ୟାଗ୍ରହ, ଆପଣ ମାନେ ସମସ୍ତେ ଆଧ୍ୟମିତ୍କ ବାଦୀ ହୁଅନ୍ତୁ, ସେହି ମନ୍ତ୍ର ରେ ଏକ୍ସ ହୋଇ ଅନେକ୍ମୀ ଙ୍କ ସହ ମିଶାନ୍ତୁ ଆଗକୁ ବଢନ୍ତୁ ବୋଲି କହିଥିଲେ, ବରିଷ୍ଠ ସାମ୍ବାଦିକ, ରବିଦାସ, ଓ ଜେ ସି ର ରାଜ୍ୟ ସଙ୍ଗଠନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଓଡିଶା ଭାସ୍କର ଖବର କାଗଜର ପ୍ରତିଷ୍ଠାତା ସମ୍ପାଦକ ମଧୁ ମହାନ୍ତି ପ୍ରମୁଖ ଯୋଗଦେଇ ଓଡିଶା ର ରାଜନୈତିକ ବିକାଶ ସେବେ ଓ ଏବେ ଏବଂ ଓଡିଶା ର ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତି ରେ ଓ ଜେ ସି ର ଇସ୍ତାହାର ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ବଦ୍ରି ମହାନ୍ତି, ନିକୁଞ୍ଜ ପଶାୟତ, ପ୍ରଦୀପ ପ୍ରଧାନ, ମଧୁ ମହାନ୍ତି, ଗିରିବାଳା ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ରାୟ, ସୋମନାଥ ରାଉତ ରାୟ, ସୁଜିତ ସ୍ବାଇଁ, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶୈଳବାଳା ଜେନା, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଆର୍ଯ୍ୟବିର ଲେଙ୍କା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ସଂଗ୍ରାମ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ନରେଶ ମହାନ୍ତି, ଯାଜପୁର ଜିଲା ସଭାପତି ବିଦ୍ୟାଧର ମହାନ୍ତି, କଟକ ଜିଲା ସଭାପତି ଅନିଲ ବେହେରା, ରାଜ୍ୟ ସମ୍ପାଦକ ଦିଲୀପ କୁମାର ରାଉତ, ପ୍ରତିଷ୍ଠାତା ସଭ୍ୟ ସୁରେଶ ସାହାଣୀ ଓ ପ୍ରଦୀପ କୁମାର ଧଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବଲାଙ୍ଗୀର ଜିଲା ସଭାପତି ରୁପେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭ ରେ ଦଳୀୟ ପତାକା ଉତ୍ତୋଳନ ସହ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ସୁବାଷ ବୋଷ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପରେ ତାଲିମ ଶିବିର ଆରମ୍ଭ ହୋଇଥିଲା। ଏହି ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଚାଲିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଧୁମଧାମରେ ପାଳିତ

mahabharatanews

ପାଟଣା ପ୍ରକଳ୍ପ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ

mahabharatanews

ଝାରସୁଗୁଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ଦୀପାଳି ଦାସ ଆଗୁଆ

mahabharatanews