ଓଡିଶା

ତମାଖୁ ବିରୋଧୀ ସଚେତନତା କାର୍ଯ୍ୟକ୍ରମ

କଟକ ସଦର ଅଧୀନସ୍ଥ କିଶନନଗର ଗ୍ରାମ ପଞ୍ଚାୟତ ସ୍ଥିତ ୱିଜ୍ଡମ୍ ପବ୍ଲିକ୍ ସ୍କୁଲ ପକ୍ଷରୁ ନିଶା ଓ ତମାଖୁ ସେବନ ବିରୋଧରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। କିଶନନଗର ଥାନା ଓ ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରାଲି କିଶନନଗର ଥାନା ଠାରୁ ବାହାରି କିଶନନଗର ବଜାର ଦେଇ ୱିଜ୍ଡମ୍ ପବ୍ଲିକ୍ ସ୍କୁଲ ପର୍ଯ୍ୟନ୍ତ ଯାଇଥିଲା। ରାଲିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ପ୍ଲାଗକାର୍ଡ ଧରି ନିଶା ଓ ତମାଖୁ ସେବନର କୁପରିଣାମ ସମ୍ପର୍କରେ ଲୋକଙ୍କୁ ବୁଝାଇ ସଚେତନ କରିଥିଲେ। ଏଥିସହ ସାଧାରଣ ଲୋକଙ୍କୁ ନିଶା ବିରୋଧୀ ସଚେତନତାମୂଳକ ଲିଫ୍‌ଲେଟ୍ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ଶୁଭାଶିଷ ଶତପଥି ଏବଂ କିଶନନଗର ଥାନାର ଆଇଆଇସି ମାନେଶ୍ୱର ପ୍ରଧାନ ଯୋଗଦେଇ ନିଶା ଓ ତମାଖୁ ସେବନର କୁପରିଣାମ ସମ୍ପର୍କରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ।

ପରେ ୱିଜ୍ଡମ୍ ପବ୍ଲିକ୍ ସ୍କୁଲ ପରିସରରେ ଏକ ସଚେତନତା ବୈଠକ ହୋଇଥିଲା। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରୀତମ ଚୌଧରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ଅଧ୍ୟକ୍ଷା ସୋନାଲି ପଟେଲଙ୍କ ସମେତ ଶିକ୍ଷକ ଇସ୍ତେୟାକ ଅହମଦ, ରଶ୍ମି ରଞ୍ଜନ ରାଣା, ସୟଦ ଅଜିଜୁର ରେହମାନ ଏବଂ ଶିକ୍ଷୟିତ୍ରୀ ଶାହିଦା ଅଞ୍ଜୁମ୍, ପ୍ରଜ୍ଞା ପଣ୍ଡା, ନାହିଦ ଅଖତର, ଗୀତାଞ୍ଜଳି ନାୟକ, ସରସ୍ୱତୀ ବେହେରା ଓ ଜ୍ୟୋତିର୍ମୟୀ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବୈଠକରେ ନିଶା ଓ ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟ, ପରିବାର ଓ ସମାଜ ଉପରେ ପଡୁଥିବା କୁପ୍ରଭାବ ନେଇ ଆଲୋଚନା କରାଯାଇଥିଲା। ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ନିଶା ବିରୋଧରେ ଏଭଳି ସଚେତନତା କାର୍ଯ୍ୟକ୍ରମ ସମାଜରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଥିଲା।

Related posts

ଆଜି ଜଣେ ମା’ର ଆଖିରୁ ଲୁହ ବୋହୁଛି

mahabharatanews

ଖୋର୍ଦ୍ଧାରେ ୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

mahabharatanews

ସଙ୍ଗରୋଧ କେନ୍ଦ୍ର ରେ ୧୪ ଦିନ ରହି ଘରକୁ ଫେରି ଲେ ପ୍ରବାସୀ

mahabharatanews