ଓଡିଶା

ଭେଣ୍ଡିଗଛ ଓପାଡି ଦେବାରୁ ଥାନାର ଦ୍ୱାରସ୍ଥ ହେଲେ ଚାଷୀ

(ଜଳେଶ୍ଵର/ଅଜିତସାହୁ): କୋରୋନା ମାଡରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଆର୍ଥିକ ସ୍ଥିତି ଦୋହଲି ଯାଇଛି। ପରିବା ବିକ୍ରି କରିନପାରି ମୁଣ୍ଡରେ ହାତଦେଇ ଚାଷ ଜମିରେ ବସି ଆଖିରୁ ଲୁହ ଝରାଉଛି ଚାଷୀ। ତେବେ ଏହି କରୁଣ ସମୟରେ ସହାୟତାର ହାତ ବଢ଼ାଇବା ବଦଳରେ ମଣିଷ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଜାଡି ଦେଇଛି ଚାଷିର ପରିବା ଜମି। ନ୍ୟାୟ ପାଇଁ ଚାଷିକୁ ଥାନାର ଦ୍ବାରସ୍ଥ ହେବାକୁ ପଡୁଛି ।ଏମିତି ଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ। ସୂଚନା ଅନୁଯାୟୀ ଚନ୍ଦନ ରାଜ ତାଙ୍କ ୮ ଡିସିମିଲ ଚାଷ ଜମିରେ ପନିପରିବା ଚାଷ କରି ପରିବାର ଚଳାଉଥିଲେ। ସେହି ଜମିରୁ ଅମଳ ହେଉଥିବା ପନିପରିବା ବଜାରରେ ବିକ୍ରି କରି ସେଥିରେ ପରିବାର ପ୍ରତିପୋଷଣ କରିବା ସହିତ ଘରେ ଥିବା ରୋଗଣା ମାର ଚିକିତ୍ସା କରିବା ସହିତ ଔଷଧ ପାଇଁ ଖର୍ଚ୍ଚ କରନ୍ତି।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫସଲ ନଷ୍ଟ କରିଦେଲା ବାଲିଆପାଳ ଗ୍ରାମର ତ୍ରିଲୋଚନ ସେଠୀ ଓ ତାଙ୍କ ପୁଅ । ପୂର୍ବରୁ ପରିବା ବାଡିରେ ଗାଈ ପଶି ନଷ୍ଟ କରିଥିବା କାରଣରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେହି ରାଗ ରଖି ଶ୍ରୀ ସେଠୀ ଓ ତାଙ୍କ ପରିବାର ଚନ୍ଦନ ରାଜଙ୍କ କ୍ଷେତରେ ଫଳନ୍ତି ଭେଣ୍ଡି ଗଛ ଉପାଡି ଗଦା ମାରି ଦେଇଛନ୍ତି ବୋଲି ଚନ୍ଦନ ବାଲିଆପାଳ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟ ସତା ଜଣାପଡ଼ିବ। ଅନ୍ୟ ପକ୍ଷରେ ଧାର କରଜ କରି ଚାଷରେ ଲଗାଇଥିବା ଟଙ୍କା ଶୁଝିବା ପାଇଁ ପାଖରେ ସାମର୍ଥ୍ୟ ନାହିଁ କି ନୂଆ କରି ଚାଷ କରିବା ପାଇଁ ଅର୍ଥ ନାହିଁ । ଦୋଷୀ କୁ ଦଣ୍ଡ ବିଧାନ କରିବା ସହିତ ଚାଷ ପାଇଁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିବେଦନ କରିଛନ୍ତି ଚନ୍ଦନ।

Related posts

ବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର

mahabharatanews

ବେକରେ ଶାଢୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

ଗାଧୋଇବାକୁ ଯାଇ ନାବାଳକ ନିଖୋଜ

mahabharatanews