ମନୋରଞ୍ଜନ

୨୦୦ କୋଟି ଠକେଇ: ନୋରାଙ୍କୁ ପୁଣି ସମନ

ବଲିଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଛି ଅଡୁଆ। ୨୦୦ କୋଟି ଟଙ୍କାର ଚର୍ଚ୍ଚିତ ଠକେଇ ଓ ଅର୍ଥ ଆଦାୟ ମାମଲାରେ ସମନ ଜାରି କରିଛି ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ। ଆସନ୍ତା ନଭେମ୍ବର ୬ ତାରିଖରେ କୋର୍ଟରେ ହାଜର ହୋଇ ନିଜର ସାକ୍ଷ୍ୟ ରେକର୍ଡ କରିବାକୁ ନୋରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡ଼ିତ ୨୦୦ କୋଟି ଟଙ୍କାର ଅର୍ଥ ଆଦାୟ ମାମଲାରେ ନୋରା ଜଣେ ସାକ୍ଷୀ।

ସୋମବାର ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ କୋର୍ଟଙ୍କୁ ଜଣାଇଥିଲା ଯେ ନୋରାଙ୍କୁ ସମନ ପଠାଯାଇଥିଲା, କିନ୍ତୁ ସେ ହାଜର ହେବେ କି ନାହିଁ ସେନେଇ କୌଣସି ସୂଚନା ନାହିଁ। ଅନ୍ୟପଟେ ନୋରାଙ୍କ ଓକିଲ ତାଙ୍କୁ କୋର୍ଟରେ ହାଜର ହେବାରୁ ଛାଡ଼ ଦେବାକୁ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଗ୍ରହଣ ନକରି ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।

Related posts

ଜୟପୁରରେ ଅନୁଷ୍କା ସେଟ୍ଟି ଓ ରମ୍ୟା କ୍ରିଷ୍ଣନ୍‌

mahabharatanews

ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ

mahabharatanews

ବାପା ହେବା ଅନୁଭୂତି ବଖାଣିଲେ ଏହି ଅଭିନେତା

mahabharatanews