ମନୋରଞ୍ଜନ

ଜନ୍ମଦିନରେ ଶାହରୁଖଙ୍କୁ ଫ୍ୟାନ୍ସଙ୍କ ବଡ଼ ସରପ୍ରାଇଜ୍

ଆଜି ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍ ଖାନ୍। ତାଙ୍କ ଜନ୍ମଦିନ ପୂର୍ବରୁ ଗତକାଲି ସନ୍ଧ୍ୟାରେ ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି ଲିଙ୍କରେ ଦେଖିବାକୁ ମିଳିଛି ଏକ ନିଆରା ଶ୍ରଦ୍ଧା ଓ ଭଲପାଇବାର ଝଲକ। ସି ଲିଙ୍କରେ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’କୁ ନେଇ ଏକ ବିଶାଳ ଡିଜିଟାଲ୍ ଡିସପ୍ଲେ ଲଗାଯାଇଥିଲା। ଏହି ନିଆରା ଟ୍ରିବ୍ୟୁଟ ଦେଖିବା ପାଇଁ ରାତିରେ ଗାଡ଼ି ଧରି ପହଞ୍ଚିଥିଲେ ନିଜେ ଶାହରୁଖ।

This birthday, the KING has a surprise for his KINGDOM! 🥹👑 KING is live  on Sea Link x Google Gemini, & the excitement just got a whole lot bigger!  ♥️🌹, Tap goo.gle/king, create your personalised HBD ...

ଏହାର ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରି ଗୁଗଲ ଜେମିନିକୁ ଧନ୍ୟବାଦ ଜଣାଇଛନ୍ତି କିଙ୍ଗ ଖାନ। ସେପଟେ ଶାହରୁଖଙ୍କ ଜନ୍ମଦିନରେ ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’ର ସ୍ୱତନ୍ତ୍ର ଟିଜର ରିଲିଜ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ମନ୍ନତ ବାହାରେ ଏକ ବଡ଼ ସ୍କ୍ରିନ ଲଗାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ମଧ୍ୟ ରାତ୍ରିରେ ‘କିଙ୍ଗ’ର ‘ତୁ ମିଲଯାଏ’ ଗୀତର ଭିଡିଓ ଟ୍ରାକ୍ ରିଲିଜ କରାଯାଇଛି।

King first song on Shah Rukh Khan's birthday? Mannat's giant screen and Sea  Link display spark buzz - India TV News

ଏହାରି ଭିତରେ ଫିଲ୍ମ ‘କିଙ୍ଗ୍’କୁ ନେଇ ଦର୍ଶକଙ୍କ ମଧ୍ୟରେ ବଢ଼ୁଛି ଉତ୍କଣ୍ଠା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍ ଥ୍ରିଲର୍ ରେ ଶାହରୁଖ୍ ଙ୍କ ସହ ସୁହାନା ଖାନ୍, ଅଭିଷେକ ବଚ୍ଚନ, ଦୀପିକା ପାଦୁକୋନ୍, ଅନିଲ କପୁର, ରାଣୀ ମୁଖାର୍ଜୀ ଓ ଜୟଦୀପ ଅହଲାୱତ୍ ନଜର ଆସିବେ। ଡିସେମ୍ବର ୨୪ରେ ଫିଲ୍ମଟି ପରଦାକୁ ଆସିବ।

Related posts

‘ଗଦର-୨’ ଦେଖିଲେ ନାହିଁ ଅମିଷାଙ୍କ ପରିବାର ଲୋକେ

mahabharatanews

ଭୋଟ ଦେଲେ ବଲିଉଡ ତାରକା

mahabharatanews

 ଅନିଲ କପୁରଙ୍କ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ

mahabharatanews