ଓଡିଶା

ଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ପହଞ୍ଚିଲା ୧୪୩

(ମମତା ସାମଲ): ରାଜ୍ୟରେ ଆଜି ପୁଣି ଜଣେ କରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆଁ କରି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଘର ବାଲେଶ୍ୱର ଜିଲ୍ଲା ବୋଲି ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କୋଭିଡ-୧୯ ମାନଚିତ୍ରରୁ ଏହା ଜଣାପଡ଼ିଛି । ଏଥି ସହ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୧୪୩ ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରେ ୪୭ ଜଣ, ଯାଜପୁର ଜିଲ୍ଲାରେ ୩୬ ଜଣ, ଭଦ୍ରକ ଜିଲ୍ଲାରେ ୧୯ ଜଣ, ବାଲେଶ୍ୱର ଜିଲ୍ଲାରେ ୨୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨ ଜଣ ଲେଖାଏଁ, ଢେଙ୍କାନାଳ, ପୁରୀ, କଟକ, କୋରାପୁଟ, ଦେବଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏଁ ୩୪ ହଜାର ୧୩୩ଟି ଆରଟି ପିସିଆର ଟେଷ୍ଟ ହୋଇଛି । ଏଥିରୁ ୧୪୩ଟି ନମୁନା ପଜିଟିଭ ରିପୋର୍ଟ ଆସିଛି । ଏବେ ସୁଦ୍ଧା ୪୧ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୦୧ ଜଣଙ୍କ ଚିକିତ୍ସା ଜାରି ରହିଛି ।

Related posts

ରାଜ୍ୟରେ ଆଉ ୨୫୧ କରୋନା ପଜିଟିଭ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ

mahabharatanews

ବିଦ୍ୟୁତ ସଂସ୍ପର୍ଶରେ ଆଶି ଗ୍ରମିକ ଗୁରୁତର

mahabharatanews

ପୁରୀରେ ପହଞ୍ଚିଲେ ୫-ଟି ସଚିବ

mahabharatanews