ଓଡିଶା

ଓଡିଶାକୁ ନାହିଁ ବାତ୍ୟାର ଭୟ !

ଭୁବନେଶ୍ୱର: ସ୍ଥଳଭାଗ ଛୁଇଁବନି ବାତ୍ୟା । ଲଘୁଚାପ ଘନୀଭୂତ ହୋଇ ଆଗାମୀ ୩ ଘଣ୍ଟାରେ ଅବପାତରେ ପରିଣତ ହେବ । ଆଉ କାଲି ଏହି ଅବପାତ ବାତ୍ୟାରେ ପରିଣତ ହେବ ।୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ସକାଳ ପର୍ୟ୍ୟନ୍ତ ଓଡ଼ିଶା ଉପକୂଳର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଫଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବ । ବୋଲି ପାଣି ପାଗ କେନ୍ଦ୍ର ସୂଚନା ଦେଇଛି ।

୧୦ ତାରିଖ ସଂଧ୍ୟାରୁ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ହେବ । ୧୧ ତାରିଖରେ ମଧ୍ୟ ଓଡ଼ିଶାର ଗଂଜାମ, ଗଜପତିରେ ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଭାରତୀୟ ଉପକୂଳଠାରୁ ଉକ୍ତ ଲଘୁଚାପ କ୍ଷେତ୍ର ସମ୍ପ୍ରତି ୧୦୦୦ରୁ ଊର୍ଦ୍ଧ୍ବ କିଲୋମିଟର୍‌ ଦୂରରେ ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ୫୦ରୁ ୬୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି ।

Related posts

ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ଓ ଛାତ୍ରୀ ମାନଙ୍କୁ ମାଡ ମାରିବା ଅଭିଜୋଗ

mahabharatanews

ସେପ୍ଟେମ୍ବର ୨୮  ସରକାରୀ ଛୁଟି

mahabharatanews

ପର୍ଯ୍ୟଟନ ସମ୍ଭାରର ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ଟଙ୍କା

mahabharatanews