ଓଡିଶା

ଦୈନିକ ୧୫ ହଜାର ପରୀକ୍ଷା ହେବ, ସୁରତରୁ ଟ୍ରେନରେ ଫେରିବେ ପ୍ରବାସୀ ଓଡିଆ

ଭୁ‌ବନେଶ୍ବର: ପ୍ରବାସୀ ଓଡିଆଙ୍କ ଘର ବାହୁଡା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ନୂତନ ପଦକ୍ଷେପ ନେବା ସହ ପୂର୍ବର କିଛି ପ୍ରସ୍ତୁତିରେ ପରିବର୍ତ୍ତନ ଆଣିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ଓ ଏଥିପାଇଁ ଉପୁଜିଥିବା ପରିସ୍ଥିତି, ବାହାରୁ ଆସିଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ୍‌ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଶ୍ରମଭିତ୍ତିକ କାର୍ୟ୍ୟ, ଆଇନ୍‌ ଶୃଙ୍ଖଳା ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ଫସଲ ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କେଗରୋନା ଯୁଦ୍ଦରେ ନିୟୋଜିତ ଯୋଦ୍ଧାମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ମୁକାବିଲା ପାଇଁ ଆହୁରି ସତର୍କ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ବୈଠକରେ ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ। ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‌ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା ହୋଇଛି । ଅଂଶୁଘାତ, ଦୁର୍ଘଟଣା ଆଦି ସମସ୍ୟା ଉପୁଜିବା ପରେ ପ୍ରବାସୀମାନଙ୍କୁ ଟ୍ରେନ୍‌ ଯୋଗେି ଫେରାଇ ଆଣିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଗ୍ରିନ୍‌ ଜୋନ୍‌ରେ କୃଷି କାର୍ୟ୍୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ୱଭାବିକ କରାଯିବ। ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟା ସମାଧାନ ଲକ୍ଷ୍ୟରେ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ। ଚାଷୀ ଓ ଏସ୍‌ଏଚ୍‌ଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ। ମିଶନ ଶକ୍ତିର ମାଆମାନଙ୍କୁ ପ୍ରତି ମିଲ୍‌ ପିଚ୍ଛା ୨ ଟଙ୍କା ଲେଖାଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରୋତ୍ସାହନା ଦିଆଯିବ। ଗଞ୍ଜାମ, କେନ୍ଦ୍ରପଡ଼ା, ଭଦ୍ରକ, ବଲାଙ୍ଗୀର, ଯାଜପୁର ଓ ବାଲେଶ୍ବର ପରି ଜିଲ୍ଲା, ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ‌ସେମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆଗାମୀ ଖରିପ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ ଚାଷୀମାନେ ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ।

Related posts

ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟି

mahabharatanews

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

mahabharatanews

ଅଟୋ ଧକ୍କାରେ ୨ ଶିକ୍ଷୟିତ୍ରୀ ମୃତ

mahabharatanews