ଓଡିଶା

ଅଗ୍ନିକାଣ୍ଡରେ ୨ ନାବାଳକ ମୃତ

କାମାକ୍ଷାନଗର: ଆଜି ଅନୁଗୁଳ ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡରେ ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ସୋଗର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଗାଁର ସରୋଜ କୁମାରଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ଘର ଭିତରେ ୨ ନାବାଳକ ଫସି ଯାଇଥିଲେ । ଫଳରେ ସେମାନେ ଗୁରୁତର ହୋଇ ପଡିଥିଲେ । ଦୁଇଜଣ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି । ଏବେ ବି ଘର ଭିତରେ ଆଉ କିଛି ଲୋକ ଫସି ରହିଯାଇଥିବା ଅନୁମାନ କରାଯାଉଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି ।

Related posts

୮ ଫୁଟର ଅଜଗର ଉଦ୍ଧାର

mahabharatanews

ବିପୁଳ ଦେଶୀ ମଦ ସହ ୪ ଗିରଫ

mahabharatanews

କରୋନାରେ ପୁଣି ଜଣେ ସାମ୍ବାଦିକ ଆଖି ବୁଜିଲେ

mahabharatanews