ଓଡିଶା

ଅଗ୍ନିକାଣ୍ଡରେ ୨ ନାବାଳକ ମୃତ

କାମାକ୍ଷାନଗର: ଆଜି ଅନୁଗୁଳ ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡରେ ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ସୋଗର ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ ଗାଁର ସରୋଜ କୁମାରଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ଏହି ନିଆଁରେ ଘର ଭିତରେ ୨ ନାବାଳକ ଫସି ଯାଇଥିଲେ । ଫଳରେ ସେମାନେ ଗୁରୁତର ହୋଇ ପଡିଥିଲେ । ଦୁଇଜଣ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି । ଏବେ ବି ଘର ଭିତରେ ଆଉ କିଛି ଲୋକ ଫସି ରହିଯାଇଥିବା ଅନୁମାନ କରାଯାଉଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି ।

Related posts

ରାଉରକେଲାରେ ସଫେଇ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବଡାଖାନା କାର୍ଯ୍ୟକ୍ରମ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଏକାଧିକ ପ୍ରସ୍ତାବରେ ବାଜିପାରେ ମୋହର

mahabharatanews

ବଡଦାଣ୍ଡକୁ ସାନିଟାଇଜ କଲା ଅଗ୍ନିଶମ ବିଭାଗ

mahabharatanews