ଓଡିଶା

ଛେଳି କ୍ଷୀର ନମୁନାରୁ ବାହାରିଛି କରୋନା ପଜିଟିଭ

ଡୋଡୋମା: କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନ ତିଆରି କରୁଥିବା କିଟ୍‌ ନିମ୍ନମାନର ହୋଇଥିବାରୁ ବିଭିନ୍ନ ଦେଶ ଏହି କିଟ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଲେଣି । ଏପରି ସମୟରେ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆ ମଧ୍ୟ ଚୀନ କିଟ୍କୁ ପ୍ରତ୍ୟାଖାନ କରିଛି । ଦକ୍ଷିଣ ଆଫ୍ରିକାରେ ଫଳ ମୂଳର ପରୀକ୍ଷା କରାଗଲେ ବି ସେଥିରୁ ଚୀନ କିଟ୍ରେ କରୋନା ପଜିଟିଭ ବାହାରୁଛି। ଏହା ପରେ ରାଷ୍ଟ୍ରପତି ଜନ୍‌ ମାଗୁଫୁଲୀ ଚୀନ୍‌ ପରୀକ୍ଷଣ କିଟ୍‌ ଠିକ୍‌ ନୁହେଁ ଏବଂ ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି।

ଚୀନ୍‌ ପଠାଇଥିବା ପରୀକ୍ଷଣ କିଟ୍‌ ଠିକ୍‌ ଅଛି କି ନାହିଁ ତାହା ଜାଣିବା ଲାଗି ଏକ ଛେଳିର ରକ୍ତ ନମୁନା ଏବଂ ଏକ ଫଳର ନମୁନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଯାଇଥିଲା। କିନ୍ତୁ ସେହି ନମୁନା ଛେଳି ରକ୍ତ ଏବଂ ଫଳର ଥିଲା ବୋଲି ଗୋପନ ରଖାଯାଇଥିଲା। ତେବେ ପରୀକ୍ଷା ରିପୋର୍ଟ ଆସିବା ପରେ ତାହା ସମସ୍ତଙ୍କୁ ଚକ୍କିତ କରିଛି। ଉଭୟ ନମୁନାରୁ କରୋନା ଭୂତାଣୁ ପଜିଟିଭ୍‌ ଆସିବା ପରେ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଉକ୍ତ କିଟ୍‌ରେ କରୋନା ଭୂତାଣୁ ପରୀକ୍ଷଣ କରିବା ଉପରେ କଟକଣା ଲାଗୁ କରିଛନ୍ତି। ତାଞ୍ଜାନିଆରେ ଅନେକ ଲୋକ କରୋନା ପଜିଟିଭ୍‌ ବାହାରିଥିଲେ। ବର୍ତ୍ତମାନ କିଟ୍କୁ ନେଇ ସନ୍ଦେହ ଉପୁଜିଥିବା ବେଳେ ଲୋକମାନେ ବାସ୍ତବରେ ପଜିଟିଭ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Related posts

ଧାମନଗର ଉପନିର୍ବାଚନ CEO ଙ୍କ ସାମ୍ବାଦିକ ସମ୍ମିଳନୀ: ନିୟୋଜିତ ହେଲେ 2 କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

mahabharatanews

ବାଲୁକା କଳାରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

mahabharatanews

ସମଗ୍ର ଦେଶରେ ଏନଟିପିସି ସଂସ୍ଥା ୬୨,୧୧୦ ମେଗାଓା୍ୱଟ ବିଦ୍ୟୁତ୍ ଉତ୍ପାଦନରେ ଅଗ୍ରଣୀ ଭୂମିକା

mahabharatanews