ଓଡିଶା

ହନୁମାନପୁର ଗାଁ ଅତାବିରା ଆଦିବାସୀ ବସ୍ତିରୁ ମୋଦୀ ଅନ୍ନ ଯୋଜନାର ଶୁଭାରମ୍ଭ

(ରିପୋର୍ଟ କଣିହାଁ/ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତସ୍ଥ ଅତାବିରା ଆଦିବାସୀ ବସ୍ତିରୁ ବୁଧବାର ମୋଦୀ ଅନ୍ନ ଯୋଜନାର ଶୁଭାରମ୍ଭ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ବିଜେପି ରାଜ୍ୟ କାର୍ୟ୍ୟକାରୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଅଶୋକ ମହାନ୍ତି ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମୋଦି ଅନ୍ନ ଯୋଜନା କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ । କଣିହାଁ ବ୍ଲକସ୍ଥ ହନୁମାନପୁର ଅତାବିରା ଆଦିବାସୀ ବସ୍ତିରୁ ମୋଦୀ ଅନ୍ନ ଯୋଜନା ତଥା ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଗତକାଲି ବ୍ଳକସ୍ଥ ହନୁମାନପୁର, ତାଳପଦା, ଦଲକ ଆଦି ୩ ପଞ୍ଚାୟତରେ ବସବାସ କରୁଥିବା ଅସହାୟ, ଭିନ୍ନକ୍ଷମ, ଗରୀବ, ଦିବ୍ୟାଙ୍ଗ, ଅସହାୟ ଓ ନିଷ୍ପେସିତ ବ୍ୟକ୍ତି ବିଶେଷଙ୍କୁ ମୋଦୀ ଅନ୍ନ ଯୋଜନାରେ ଅନ୍ତଭୁକ୍ତ କରାଯାଉଛି । ଏହି ଯୋଜନାରେ ପାଲଲହଡା ବିଧାନସଭା କ୍ଷେତ୍ର କଣିହାଁ ବ୍ଲକର ୯ ପଞ୍ଚାୟତର ୧୦ ହଜାର ଲୋକଙ୍କୁ ପ୍ରାଥମିକ ପର୍ୟ୍ୟାୟରେ ସାମିଲ କରାଯାଇଛି । ଆଜିଠାରୁ କଣିହାଁ ବ୍ଲକସ୍ଥ ବାଲିପଶି, କୁଳୁମା, ରେଙ୍ଗାଳି, ବଜ୍ରକୋଟ, ଡେରେଙ୍ଗ, କାକୁଡିଆ ପଞ୍ଚାୟତର ଗ୍ରାମାଞ୍ଚଳ ଅସହାୟ, ଦିବ୍ୟାଙ୍ଗ, ନିଃଶ ହାୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଅନୁରୂପ ଶୁଖିଲା ଖାଦ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟ୍ୟରେ କଣିହାଁ ବ୍ଲକ୍ ଅଧ୍ୟକ୍ଷା ନମିତା ସାହୁ ,ବ୍ଲକ୍ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ଏ.ବି.ଚନ୍ଦନ ସ୍ୱରାଜ, ହରେକୃଷ୍ଣ ପ୍ରାଧାନ, କର୍ଣ୍ଣ ଭୂତିଆ, ଧ୍ରୁବ ଚରଣ ଧୀର ପ୍ରମୁଖ ଘର ଘର ବୁଲି ସୁଖିଲା ଖାଦ୍ୟ ବିତରଣରେ ସହଯୋଗ କରୁଛନ୍ତି । ଏଥି ସହିତ ବିନା କାମରେ ଘରୁ ନବାହାରିବା, ହାତ, ମୁହଁ ସର୍ବଦା ପରିଷ୍କାର ରଖିବା, ଘରୁ ବାହାରିବା ପୂର୍ବ ମାକ୍ସ ବ୍ୟବହାର କରିବା ବାଧ୍ୟତା ନେଇ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ।

Related posts

୩୦ ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ

mahabharatanews

କାଳ ବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ଘର, ଜଣେ ଗୁରୁତର

mahabharatanews

 କାର୍ତ୍ତିକ ବ୍ରତ ପ୍ରସ୍ତୁତି ; ହବିଷ୍ୟାଳିଙ୍କ ପାଇଁ ପଞ୍ଜିକରଣ ଆରମ୍ଭ

mahabharatanews