ଓଡିଶା

ଉଦ୍ଧାର ହେଲା ୩ ବିରାଟକାୟ ମାଛ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ପୁଣି ଜାଲରେ ଫସିଲେ ବିରାଟକାୟ୍ୱ ମାଛ । ବଙ୍ଗୋପସାଗର ଜଳରାଶି ମଧ୍ୟରୁ ଏହି ମାଛ ମିଳିଛି । ଗୋଟିଏ ମାଛର ଓଜନ ପ୍ରାୟ ଦେଢ଼ କୁଇଣ୍ଟାଲ ଏବଂ ଆଉ ୨ଟି ମାଛ ୬୦କିଲୋ ବୋଲି ସୂଚନା ମିଳିଛି । ଟାପା ଡଙ୍ଗା ନେଇ ସେମାନେ ମାଛମାରିବାକୁ ଯାଇଥିବା ବେଳେ ଏହି ମାଛଗୁଡ଼ିକ ହଠାତ୍‌ ସେମାନଙ୍କ ଜାଲରେ ପଡ଼ିଯାଇଥିଲେ। ମତ୍ସ୍ୟଜୀବୀମାନେ ଆଜି ସକାଳୁ ଆସି ବାଲିପ୍ଲଟ୍‌ ବୋଲି କୁହାଯାଉଥିବା ମାଛ ବିକ୍ରୟସ୍ଥଳରେ ପହଞ୍ଚିବା ପରେ ବିରାଟକାୟ ମାଛଗୁଡ଼ିକୁ ଦେଖିବାକୁ ପ୍ରବଳ ଜନଗହଳି ହୋଇଥିଲା। କେରଳରେ ଏହାର ଚାହିଦା ରହିଛି। ସେଠାକାର ଲୋକେ ପାଣିକୁଆ ମାଛ ଖାଆନ୍ତି ଏବଂ ଏହାର ଔଷଧୀୟ ଗୁଣ ଅଛି ବୋଲି କହନ୍ତି। ଧରାପଡ଼ିଥିବା ତିନିଟି ପାଣିକୁଆ ମାଛକୁ ସମ୍ପୃକ୍ତ ବ୍ୟବସାୟୀମାନେ ବାହାର ରାଜ୍ୟକୁ ରପ୍ତାନି କରିବେ ବୋଲି କହୁଛନ୍ତି।

Related posts

ନୂତନ ଜାଇକା ହୋଟେଲର ଶୁଭ ଉଦ୍ଘାଟନ

mahabharatanews

ସଟ ଡାଉନରେ କିଏ ଯିବେ କେମିତି

mahabharatanews

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews