ଓଡିଶା

ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା

(ମମତା ସାମଲ ): ଅନ୍ତର୍ଜାତୀୟ କ୍ରିକେଟ ଖେଳାଳୀ ଅରବିନ୍ଦରଜିତ୍ ସିଂହ ପଡ୍ଡା ଓରଫ୍ ପହଲୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣାରେ ଅରବିନ୍ଦରଙ୍କ ଜଣେ ସାଙ୍ଗ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର କପୁରଥଳା ଗାଁର ଲଖନକାପଡାଠାରେ ଘଟିଯାଇଛି । ପଞ୍ଜାବ ପୋଲିସର ଜଣେ ଏଏସଆଇ ଏଭଳି କାଣ୍ଡ ଘଟାଇଥିବା ମୃତ ଖେଳାଳିଙ୍କ ସାଙ୍ଗ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଏଏସଆଇ ପରମଜିତ୍ ସିଂହ ଓ ତାଙ୍କ ସାଥୀଙ୍କ ନାଁରେ ହତ୍ୟାର ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି ପୋଲିସ ।

ତେବେ ପଞ୍ଜାବରେ କର୍ଫ୍ୟୁ ଲାଭିବା କାରଣରୁ ଅରବିନ୍ଦର ଓ ତାଙ୍କ ସାଙ୍ଗମାନେ ମିଶି ଗାଁର ପହରା ଦେଉଥିଲେ । ଏହି ସମୟରେ ଏଏସଆଇ ସେଠାରେ ପହଞ୍ଚିବାରୁ ଅରବିନ୍ଦର ତାଙ୍କୁ ଅଟକାଇଥିଲେ, ଫଳରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏଥିରେ ରାଗିଯାଇ ପରମଜିତ୍ ନିଜର ବନ୍ଧୁକ କାଢି ଅରବିନ୍ଦରଙ୍କୁ ଗୁଳି କରିଥିଲେ ।

Related posts

 ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

mahabharatanews

ହଳଦିଆ ଗାଁ ଜଙ୍ଗଲରେ ୨୭ ଟିକିଆ ହାତୀପଲ, ଲୋକେ ଭୟଭୀତ

mahabharatanews

ରାସନ କାର୍ଡ ନଥିଲେ ପ୍ରବାସୀ ପାଇବେ ରାସନ ସାମଗ୍ରୀ

mahabharatanews