ଓଡିଶା

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ 

(ବାଲେଶ୍ବର) : ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ ହୋଇଥିବା ଜଣାଯାଇଛି। ଡିଆରଡିଓ ପ୍ରସ୍ତୁତ ଏହି ମିସାଇଲର ୬୩୪ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି।

ସୂଚନାନୁଯାୟୀ , ଏହି କ୍ଷେପଣାସ୍ତ୍ର ଏକ ଗ୍ରାଉଣ୍ଡ ମୋବାଇଲ୍ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା। ଏହି ପରୀକ୍ଷଣରେ ଇଜେକ୍ସନ୍ ଏବଂ ବେଗ ନିୟନ୍ତ୍ରଣ ଭଳି ଅନେକ ଅତ୍ୟାଧୁନିକ ଯନ୍ତ୍ରିକ ନିର୍ମିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡ଼ିଆରଡିଓ ଏବଂ ଶିଳ୍ପ ଭାଗୀଦାରୀଙ୍କୁ ‘SMART’ ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବ୍ୟବସ୍ଥାର ବିକାଶ ଆମ ନୌସେନା ଶକ୍ତି ଆହୁରି ବଢିଇଛି।

Related posts

ଲୋଞ୍ଜିନ୍ସର ଘଣ୍ଟାର ଉଦ୍ଘାଟନ କଲେ ଦଙ୍ଗଲ ଗାର୍ଲ

mahabharatanews

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

mahabharatanews

ଘୋଷଣା କଲେ SRC

mahabharatanews