ଓଡିଶା

ଶିକ୍ଷକ ଓ ବିଭିନ୍ନ ମହିଳା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଗୋପ: ବିଶ୍ୱ ମହାମାରୀ କରୋନା ସମଗ୍ର ଦେଶରେ କାୟା ବିସ୍ତାର କରୁଥିବାବେଳେ ସେଥିରୁ ରକ୍ଷା ପାଇବା ପାଇଁ ସବୁଆଡେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଭୟଙ୍କର କରୋନା ଭୂତାଣୁ ଠାରୁ ଦୁରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସାମାଜିକ ଦୁରାତା ରକ୍ଷା କରିବା,ଘରୁ ବାହାରକୁ ବାହାରିଲେ ମାସ ପିନ୍ଧିବା, ସାବୁନରେ ହାତକୁ ବାରମ୍ବାର ଧୋଇବା ବା ଓ ନିଜ ନିଜ ଘରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଘଟିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ବହୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଉଦାହରଣ ସୃଷ୍ଟି କରିଛନ୍ତି । ତେଣୁ ରାଜ୍ୟ ସରକାର ସହାୟତା ପାଇଁ ସହାୟତାର ହାତ ଵଢାଇଛନ୍ତି ଶିକ୍ଷକ ଓ ବିଭିନ୍ନ ମହିଳା ସଂଘ। ପୁରୀ ଜିଲ୍ଲା ନିମାପଡା ବ୍ଲକ ଠାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ନିମାପଡା ଅଙ୍ଗନବାଡି ସଂଘ ତରଫରୁ ୪୦୧୦୦ ଟଙ୍କା, ମା ଲକ୍ଷ୍ମୀ ମହିଳା ଏସ ଏସ ତରଫରୁ ୨୦୦୦ ଟଙ୍କା, ଶଗଡ଼ା ମହିଳା ମହାସଂଘ ତରଫରୁ ୨୦୩୭୦ ଟଙ୍କା, ଅନ୍ତୁଆର ମହିଳା ମହାସଂଘ ତରଫରୁ ୧୦୦୦୦ ଟଙ୍କା, ଗୋପ ବ୍ଲକ ଅବସର ପ୍ରାପ୍ତ ଶିକ୍ଷକ ସଂଘ ତରଫରୁ ୨୦୦୦୦ ଟଙ୍କା, ନିମାପଡା ପ୍ରାଇମେରୀ ଶିକ୍ଷକ ସଂଘ ଓ ବିଇଓ ଅଫିସ ତରଫରୁ ୪୦୦୨୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରିଛନ୍ତି ।

Related posts

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ

mahabharatanews

ରଥ ଚଉପଟ ଲାଗି ସମ୍ପନ୍ନ

mahabharatanews

ସଡକ ଦୂର୍ଘଟଣାରେ ନୃତ୍ୟ ଶିକ୍ଷକଙ୍କ ମୃତ୍ୟୁ

mahabharatanews