ଓଡିଶା

ନୟାଗଡ଼ ଜିଲ୍ଲାକୁ ବ୍ୟାପିଲା କରୋନା

(ମମତା ସାମଲ ): ରାଜ୍ୟର ୧୮ ଜିଲ୍ଲାରେ ନିଜର କାୟା ବିସ୍ତାର କରିସାରିବା ପରେ ଏବେ ନୟାଗଡ଼ ଜିଲ୍ଲାକୁ ବ୍ୟାପିଛି କରୋନା ଭାଇରସ। ଶନିବାର ନୟାଗଡ଼ ଜିଲ୍ଲାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏହି ବ୍ୟକ୍ତିଜଣକ ନିକଟରେ ସୁରତରୁ ଫେରିଥିଲେ। ଏହାପରେ ସେ କ୍ୱାରେଣ୍ଟିନରେ ଥିଲେ। ତାଙ୍କର ନମୁନା ରିପୋର୍ଟ ପରୀକ୍ଷା ପଜିଟିଭ୍ ଆସିଥିବାରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୨୮୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୧୯ ଜଣ ବିଭିନ୍ନ ଅଞ୍ଚଳରେ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Related posts

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

mahabharatanews

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

mahabharatanews