ଓଡିଶା

ସରକାରୀ କର୍ମଚାରୀଙ୍କ ପାଇଁ ଗଡିବ ବସ

ଭୁବନେଶ୍ବର : ସରକାରୀ କାର୍ଯ୍ୟାଳୟ ଖୋଲିଲାଣି । କିନ୍ତୁ ବର୍ତ୍ତମାନ ସ୍ଥିତିରେ କେବଳ ନିଜସ୍ୱ ଗାଡି ଥିବା କର୍ମଚାରୀ କାର୍ଯ୍ୟାଳୟକୁ ଆସିପାରୁଛନ୍ତି । ବସ ବା ଅଟୋ ପରି ସାର୍ବଜନୀନ ପରିବହନ ଉପରେ ନିର୍ଭର କରୁଥିବା ଲୋକଙ୍କୁ କାର୍ଯ୍ୟାଳୟ ଆସିବାରେ ବହୁ ସମସ୍ୟା ହେଉଛି । ତେଣୁ କର୍ମଚାରୀଙ୍କ ପାଇଁ ଆରମ୍ଭ ହେବ ବସ୍‌ ସେବା। ଆସନ୍ତା କାଲିଠାରୁ କଟକରୁ ଭୁବନେଶ୍ବର ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ବସ୍‌ ସେବା ଆରମ୍ଭ କରାଯିବ। ଏଥିପାଇଁ ଯାତ୍ରୀ ପିଛା ୩୦ ଟଙ୍କା ଭଡ଼ା ଧାର୍ୟ୍ୟ କରାଯାଇଛି। ପରିବହନ ବିଭାଗର ଏହି ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଅନୁମୋଦନ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରି ପରିବହନ ସେବା ଆରମ୍ଭ କରିବାକୁ ସରକାର ପ୍ରାଥମିକ ସ୍ତରରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Related posts

ରାଜ୍ୟ ସରକାର କରିବେ କରୋନା ମୃତକଙ୍କ ଶବ ସଂସ୍କାର

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

mahabharatanews

ଭଦ୍ରକରେ ୧୪୪ ଧାରା 

mahabharatanews