ଓଡିଶା

ଟ୍ରକ ଓଲଟି ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଭୋପାଳ: ଶନିବାର ରାତିରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ଅନ୍ତର୍ଗତ ପଥ ଗ୍ରାମ ପାଖରେ ଏକ ଟ୍ରକ ଓଲଟି ପଡ଼ିବାରୁ ପାଞ୍ଚଜଣ ପ୍ରବାସୀ ଶ୍ରମିକଙ୍କ ପ୍ରାଣ ପ୍ରାଣହାନୀ ହୋଇଛି ଓ ଏଗାର ଜଣ ଆହତ ହୋଇ ଚିକିତ୍ସିତ ଅଛନ୍ତି ।ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଂଘାତିକ ରହିଛି ।
ଆମ୍ବ ଭର୍ତ୍ତି ହୋଇଥିବା ‌ଟ୍ରକ୍‌ରେ ସମୁଦାୟ ୧୮ଜଣ ଶ୍ରମିକ ଯାତ୍ରା କରୁଥିଲେ। ପଥ ଗ୍ରାମ ପାଖରେ ଟ୍ରକ୍‌ଟି ଓଲଟି ପଡ଼ିବାରୁ ପାଞ୍ଚଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି ଓ ଏଗାରଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟେ ଟ୍ରକ ଡ୍ରାଇଭର ଓ ହେଲପର ମଧ୍ୟ ଆହତ ଅଛନ୍ତି ବୋଲି ନରସିଂହପୁର ଜିଲ୍ଲାପାଳ ଦୀପକ ସାକ୍ସେନା କହିଛନ୍ତି । ଏମାନେ ତେଲେଙ୍ଗାନାର ହ୍ରାଇଦ୍ରାବାଦରୁ ଉତ୍ତର ପ୍ରଦେଶର ଆଗ୍ରାକୁ ଯାତ୍ରା କରୁଥିଲେ ।
ଜିଲ୍ଲାପାଳ ସାକ୍‌ସେନା ଆହୁରି କହିଛନ୍ତି ଯେ ଆମ୍ବ ଟ୍ରକ୍‌ରେ ଶ୍ରମିକମାନେ ତେଲେଙ୍ଗାନାର ହାଇଦ୍ରାବାଦରୁ ଉତ୍ତର ପ୍ରଦେଶର ଆଗ୍ରାକୁ ଯାଉଥିଲେ।

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ

mahabharatanews

ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

mahabharatanews

ଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅ

mahabharatanews