ଓଡିଶା

ବାଲୁକା କଳା ମାଧ୍ୟମରେ ବିଶ୍ୱ ମାତୃ ଦିବସକୁ ଅଭିନନ୍ଦନ

(ଜୟନ୍ତ ସେଠି/ଗୋପ): ଆଜି ହେଉଛି ବିଶ୍ୱ ମାତୃ ଦିବସ । ପ୍ରତିବର୍ଷ ଭଳି ପୁରୀ ରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏହି ଦିବସରେ ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ଚଳିତ ବର୍ଷ ମାତୃ ଦିବସ ରେ ଏକ ଭିନ୍ନ ଧରଣର ବାର୍ତା ରହିଛି ବାଲୁକାକଳା ମାଧ୍ୟମ ରେ ସେହି ମା ମାନଙ୍କୁ । ଚଳିତ ବର୍ଷ ସାରା ବିଶ୍ୱ କରୋନା ମହାମାରୀ କୁ ନେଇ ଆତଙ୍କରେ ଥିବା ବେଳେ ମା ମାନଙ୍କର ଭୂମିକାକୁ ଏହି ବାଲୁକା କଳାରେ ଦର୍ଶା ଯାଇଛି। ମା ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ବର୍ଣ୍ଣନା କରାଯାଇଛି। ସେହି ମା ଆଜି ଡକ୍ଟର ,ପୋଲିସ କର୍ମଚାରୀ, ସଫେଇ କର୍ମଚାରୀ , ସମାଜସେବୀ ହୋଇ ବିଭିନ୍ନ କ୍ଷେତ୍ରରେ ନିଜର କାର୍ୟ୍ୟ ସଠିକ ଭାବେ ପାଳନ କରୁଛନ୍ତି। ଫଳରେ ସାରା ବିଶ୍ୱ ଏବେ ମା ପଣତ କାନି ଭିତରେ ଆଶ୍ରୟ ନେଇ ସୁରକ୍ଷିତ ରହିଛି। ଏହି ଅବସରରେ ମା ତୁଝେ ସଲାମ ର ବାର୍ତା ଦେଇଛନ୍ତି ବଲୁକାକଳା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Related posts

ଧଳା ଜହର କାରବାରରେ ଜଣେ ମହିଳା ଗିରଫ

mahabharatanews

ଓଡ଼ିଆ ଫିଲ୍ମରେ କପିଲ ଶର୍ମା

mahabharatanews

ଚୋରା ଚାଲାଣ ବେଳେ ଟ୍ରକ ସହ ବିପୁଳ ଗଞ୍ଜେଇ ଜବତ, ୩ ଗିରଫ

mahabharatanews