Uncategorized

ଇଭାଙ୍କା ଟ୍ରମ୍ପଙ୍କ ସହଯୋଗୀ କରୋନା ପଜିଟିଭ

ଓ୍ବାଶିଂଟନ: ବିଶ୍ୱରେ କରୋନାରେ ସଂକ୍ରମିତ ଦେଶଗୁଡିକ ମଧ୍ୟରେ ଆମେରିକା ଆଗରେ । ଆମେରିକାରେ ଅଣାୟତ କରୋନା ଉପରେ ଲଗାମ ଲଗାଇବାକୁ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନରେ ଦେଶର ଅର୍ଥନୀତି ନିମ୍ନଗାମୀ ହୋଇଥିଲେ ମଧ୍ୟ ଲକଡାଉନ ଉଠାଇବାକୁ ଟ୍ରମ୍ପ ପ୍ରଶାସନ ଅରାଜି । କିନ୍ତୁ ଏତେ ସବୁ କଟକଣା, ପ୍ରତିଶେଧକ ବ୍ୟବସ୍ଥା ମଧ ଏବେ ଏହି କରୋନା ମାହାମାରୀ ହ୍ବାଇଟ ହାଉସରେ ତା’ର ଉପସ୍ଥିତି ସାବ୍ୟସ୍ତ କରିବାରେ ସକ୍ଷମ ହୋଇଛି। ହ୍ୱାଇଟ ହାଉସରେ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କ ଜଣେ ସହାୟକଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଛି । ସେ ହେଉଛନ୍ତି ହ୍ବାଇଟ ହାଉସର କରୋନା ସଂକ୍ରମିତଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି। ଏହାପୂର୍ବରୁ ଉପରାଷ୍ଟ୍ରପିଙ୍କ ସଚିବ କରୋନା ସଂକ୍ରମିତ ହୋଇଥିଲେ । ଇଭାଙ୍କାଙ୍କ ସହାୟକଙ୍କ ଟେଷ୍ଟ କରାଯିବା ପରେ ସେ ମଧ୍ୟ କରୋନାରେ ପୀଡ଼ିତ ବୋଲି ଜଣାପଡିଥିଲା। ହେଲେ ଇଭାଙ୍କା ଓ ତାଙ୍କ ପତି ଜାରେଡଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି।

Related posts

ଗୋଧରା ହତ୍ୟାକାଣ୍ଡ ଘଟଣାରେ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟ

mahabharatanews

ଆପଣ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି କି?ଏହି ୭ଟି ପ୍ରାଣୀଙ୍କୁ ଦିଅନ୍ତୁ ଖାଦ୍ୟ

mahabharatanews

ପଶ୍ଚିମବଙ୍ଗ ନିର୍ବାଚନୀ ହିଂସା: ୬ ଜଣ ଅଟକ

mahabharatanews