ଓଡିଶା

ଜୈସ ଏ ମହମ୍ମଦ ଆକ୍ରମଣ ସୂଚନା ପରେ ସେନା ଆଲର୍ଟ

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଜୖସେ-ଇ-ମହମ୍ମଦ କାଶ୍ମୀରରେ ଆକ୍ରମଣର ଧମକ ଦେବା ପରେ କାଶ୍ମୀର ଉପତ୍ୟକାରେ ସିଆପିଏଫ ଏବଂ ସେନାକୁ ହାଇ ଆଲର୍ଟରେ ରଖା ଯାଇଛି । ସୋମବାର ସେନା ଓ ଅର୍ଦ୍ଧ ସାମରିକ ବାହିନୀ ଉପରେ ଜୖସେ-ଇ-ମହମ୍ମଦ ଆକ୍ରମଣ କରିବାକୁ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଛି । କାର ବୋମା କିମ୍ବା ଆତ୍ମଘାତୀ ବୋମା ବିସ୍ପୋରଣ ନେଇ ଗୁଇନ୍ଦା ସୂଚନା ଦେଇଛି । ଚଳିତ ସପ୍ତାହରେ ଏକ ଏନକାଉଣ୍ଟରରେ ଆତଙ୍କୀ ଗୋଷ୍ଠୀ ହିଜବୁଲ ମୁଜାହିଦ୍ଦିନର କାଶ୍ମରୀ ମୁଖ୍ୟ ରିୟାଜ ନୟକର ମୃତ୍ୟୁ ହେବା ପରେ ଏହାର ନୂଆ ମୁଖ୍ୟ ଗାଜି ହାଇଦର ଓରଫ ସୈଫୁଲ୍ଲା ଏଭଳି ଧମକ ଦେଇଛି ।
ଜଣେ ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ନୂଆ ହିଜବୁଲ ନେତାଙ୍କୁ ଚିହ୍ନଟ କରିବାକୁ ଶୀଘ୍ର ଅପରେସନ ଆରମ୍ଭ ହେବ । ହାଇଦରକୁ ଜଣେ ଉପମୁଖ୍ୟ ଜାଫର ଉଲ ଇସଲାମ ଓ ଜଣେ ସାମରିକ ଉପଦେଷ୍ଟା ଆବୁ ତାରିକ ଭାଇ ସହଯୋଗ କରୁଛନ୍ତି । ୧୧ ମେ’ ହେଉଛି ରମଜାନର ୧୭ ଦିନ । ଏହାକୁ ବିଜୟ ଦିବସ ଭାବେ ପାଳନ କରାଯାଏ। ପୁଣି ୧୧ ମେ’ ହେଉଛି ୧୯୯୮ରେ ଭାରତର ଦ୍ୱିତୀୟ ପୋଖରାନ୍ ଆଣବିକ ପରୀକ୍ଷଣର ୨୨ ତମ ବାର୍ଷିକୀ । ତେଣୁ ଏହି ଦିନ ଆତଙ୍କବାଦୀ ଆକ୍ରମଣ କରିବାକୁ ଆତଙ୍କୀ ସଂଗଠନ ଯୋଜନା କରିଛି ।

Related posts

ଆସନ୍ତାକାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ

mahabharatanews

ଓଡ଼ିଶାରେ ସଚିନ ପାଇଲଟ

mahabharatanews

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

mahabharatanews