Uncategorized

ଚଳିତ ବର୍ଷ ମେ ୩ ମଧ୍ୟରେ ୬୪ ଆତଙ୍କୀ ଏନକାଉଣ୍ଟରରେ ନିହତ

ଶ୍ରୀନଗର: ୨୦୧୮ରୁ ୨୦୨୦ ଚଳିତ ମାସ ୩ ତାରିଖ ମଧ୍ୟରେ ୩୭୩ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି। ୨୦୧୮ରେ ୨୧୯ ଜଣ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ୨୦୧୯ରେ ଯୁବକଙ୍କ ଯୋଗଦେବା ହାର କମ୍‌ ଥିଲା। ଚଳିତ ବର୍ଷ ୩ ତାରିଖ ମଧ୍ୟରେ ୧୧୯ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ସାମିଲ୍‌ ହୋଇଥିଲେ। ତେବେ ଚଳିତ ୨୦୨୦ ବର୍ଷ ମେ ୩ ସୁଦ୍ଧା ୩୫ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗଦେଇଥିବା କୁହାଯାଉଛି। ସେହିପରି ୨୦୧୮ରେ ୨୧୫ ଏବଂ ୨୦୧୯ରେ ୧୫୨ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ। ଚଳିତ ବର୍ଷ ମେ ୩ ସୁଦ୍ଧା ୬୪ ଆତଙ୍କବାଦୀଙ୍କ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୨ ଜଣ ହିଜବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନର ଥିବାବେଳେ ୮ ଜଣ ଲେଖା ଲଶ୍କର-ଇ-ତୋଏବା ଓ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର । ସେହିପରି ଅସାଂର-ଗଜବତ୍‌- ଇ- ହିନ୍ଦ୍‌ ଓ ଇସଲାମିକ୍‌ ଷ୍ଟେଟ୍‌ ସଂଗଠନର ୩ ଜଣ ଲେଖା । ଅପରପକ୍ଷରେ ୨୦ ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇପାରି ନାହିଁ। ଚଳିତ ବର୍ଷ ଦକ୍ଷିଣ କଶ୍ମୀରରେ ସର୍ବାଧିକ ୪୪ ଆତଙ୍କବାଦୀ ଏନ୍‌କାଉଣ୍ଟରରେ ମୃତ୍ୟୁ ବରଣ କରିଛନ୍ତି ।

Related posts

କଙ୍ଗନାଙ୍କ ନାମରେ ଡ୍ରଗ୍ସ ନେଉଥିବା ଅଭିଯୋଗ ଆଣିଲା ମହାରାଷ୍ଟ୍ର ସରକାର

mahabharatanews

ଛାନାପୋରାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ଜଣେ ଯବାନ ଆହତ

mahabharatanews

ପ୍ରାଥମିକତାରେ ଶିକ୍ଷକଙ୍କୁ ଟୀକା

mahabharatanews