ଓଡିଶା

ପ୍ରସ୍ତାବ ଛଳରେ କ୍ଷମତା ମାଗିଲେ ନବୀନ

ଭୁବନେଶ୍ବର: ଜୀବନ ଓ ଜୀବିକାକୁ ନେଇ ଦେଖାଦେଇଛି ବିତର୍କ । ଏହାକୁ ଆଧାର କରି ଆସନ୍ତା ୧୭ ପରେ ଲକଡାଉନ ଅବଧି ବୃଦ୍ଧି ନିର୍ଭର କରୁଛି । ଏଥିନେଇ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫେରେନ୍ସ କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଅନେକଗୁଡିଏ ପ୍ରସ୍ତାବ ଦେଇଛନ୍ତି ।

ଗତକାଲିର ବୈଠକରେ ନବୀନ କେନ୍ଦ୍ର ସରକାରଙ୍କ ଜୋନ ସିଷ୍ଟମକୁ ନେଇ ନିଜ ନାପସନ୍ଦ ଜାହିର କରିଛନ୍ତି । ଏକାଧିକ ପ୍ରସ୍ତାବ ଛଳରେ ରାଜ୍ୟ ପାଇଁ ଅଧିକ କ୍ଷମତା ମାଗିଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି କେନ୍ଦ୍ରର ଜୋନ୍‌ ନିର୍ଦ୍ଧାରଣରେ ପରିବର୍ତ୍ତନ ଦାବି କରିଛନ୍ତି ନବୀନ। କୌଣସି ଗୋଟିଏ ସ୍ଥାନରେ ସଂକ୍ରମିତ ଚିହ୍ନଟ ହେଲେ, ସମ୍ପୂର୍ଣ୍ଣ ଜିଲ୍ଲାରେ କଟକଣା ଲାଗିବା ଅନୁଚିତ । ଏଥିନେଇ କିଛି ବୈଜ୍ଞାନିକ ପଦକ୍ଷେପର ଆବଶ୍ୟକତା ରହିଛି । ନବୀନ ଆହୁରି କହିଛନ୍ତି, ଯେ ଅର୍ଥନୈତିକ କାର୍ୟ୍ୟକଳାପକୁ ତ୍ବରାନ୍ବିତ କରିବାକୁ ହେଲେ, କେନ୍ଦ୍ର ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) ଜାରି କରିବା ଦରକାର। କାରଣ ଅର୍ଥନୈତିକ କାର୍ୟ୍ୟକଳାପ ରାଜ୍ୟ ସୀମା ବାହାରକୁ ଲମ୍ବିଥିବାରୁ ଏ କ୍ଷେତ୍ରରେ କେନ୍ଦ୍ରୀୟ ମାର୍ଗଦର୍ଶିକା ଜାରି ହେଲେ ଏହାକୁ ସମସ୍ତେ ଅନୁପାଳନ କରିବେ । ଫଳରେ ଲକ୍ଷ୍ୟ ସାଧନ ହୋଇପାରିବ । ଯେହେତୁ ଏହା ଏକ ଲମ୍ବା ଲଢେଇ ତେଣୁ ପଞ୍ଚାୟତକୁ ସାମିଲ କରିବା ଅପରିହାର୍ୟ୍ୟ ବୋଲି କୁହାଯାଇପାରେ। ଏଣୁ କୋଭିଡ଼ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାକୁ ସିଧାସଳଖ ସଂପୃକ୍ତ କରିବାର ଆବଶ୍ୟକତା ଉପଲବ୍ଧି ହେଉଛି। ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପାଇଁ ବର୍ତମାନ ନିୟମରେ ପରିବର୍ତ୍ତନ ଲୋଡା ।
ରେଳ ଚଳାଚଳ ଉପରେ ନବୀନ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏକ ବଡ଼ ପ୍ରସ୍ତାବ ରଖିଛନ୍ତି, ଅଟକି ରହିଥିବା ଶ୍ରମିକଙ୍କୁ କେନ୍ଦ୍ର ସରକାର ନିଜ ରାଜ୍ୟକୁ ଫେରାଇ ଦେବା ଲାଗି ନିଷ୍ପତ୍ତି ନେବା ସମୟରେ ଯେଭଳି ରାଜ୍ୟ ସରକାରଙ୍କ ମତ ଲୋଡିଥିଲେ, ଅନୁରୂପ ଭାବେ ଯାତ୍ରୀ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଆଧାରରେ ମାର୍ଗଦର୍ଶିକା ଜାରି ହେବା ଦରକାର।

Related posts

ଅନୁଗୁଳର ନାଲକୋ ସରସ୍ୱତୀ ଶିଶୁ ମନ୍ଦିରରେ ଶିଶୁ ଦିବସ ପାଳନ

mahabharatanews

ଆଜି ଶ୍ରୀଜିଉଙ୍କ ବନକ ଲାଗି, ୪ଘଣ୍ଟା ଦର୍ଶନ ବନ୍ଦ

mahabharatanews

ଗ୍ରାମାଞ୍ଚଳ ଲୋକଙ୍କୁ ସହର ନ ଆସିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews