ଓଡିଶା

ଗାମୁଛାରେ ଦଉଡି ଦେଇ ଯୁବକର ଆତ୍ମହତ୍ୟା

(ବିଜୟ କୁମାର କାରୁଆ/ପାଟଣା): କେନ୍ଦୁଝର ଜିଲା ବାରିଆ ଥାନା ଅନ୍ତର୍ଗତ ବଡ଼ନେଉଳି ପଞ୍ଚାୟତ ଖୁଦୁପୋଷି ଗ୍ରାମର କେଶବ ଚନ୍ଦ୍ର ମହାନ୍ତଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ବୁଢ଼ିକାପୁଡ଼ି ଗ୍ରାମ ନିକଟ ଶାଳ ଜଙ୍ଗଲର ଲିମ୍ବଗଛରୁ ମଙ୍ଗଳବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସୋମବାର ରାତିରେ କେଶବ କଙ୍କଡ଼ାସ୍ଥିତ ଶ୍ଵଶୁର ଘରକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ମାତ୍ର ମଙ୍ଗଳବାର ସକାଳୁ ତାଙ୍କ ମୃତଦେହ ମିଳିଥିବାରୁ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ପାଇ ତୁରୁମୁଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ତୁରୁମୁଙ୍ଗା ଆଇଆଇସି ବରେନ୍ଦ୍ର ସିଅଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଘଟଣାସ୍ଥଳଠାରୁ କିଛି ଦୂରରେ କେଶବଙ୍କ ସାଇକେଲ ପଡ଼ିଛି। ପୁଲିସ ତାହାକୁ ଜବତ କରିଛି। ଏହା ଆତ୍ମହତ୍ୟା କି ହତ୍ୟାକାଣ୍ଡ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related posts

ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ 

mahabharatanews

ଗୋବିନ୍ଦପୁର ଗାଁରେ ସତ୍ୟ ସେବକ ଯୁବ ସଙ୍ଘର ବୃକ୍ଷ ରୋପଣ

mahabharatanews

ଦୁଇ ନବ ନିର୍ବାଚିତ ବିଧାୟକଙ୍କ ଆସନ୍ତା କାଲି ଶପଥ ପାଠ

mahabharatanews