ଅପରାଧଓଡିଶା

ଢାବାରୁ ବିପୁଳ ନକଲି ମଦ ଜବତ: ୨ ଗିରଫ

ରାଉରକେଲା: ଝାଡ଼ଖଣ୍ଡ ସୀମାନ୍ତ ବୀରମିତ୍ରପୁର ରାୟବଗା ସାଜନ ଢ଼ାବା ଉପରେ ଅବକାରୀ ପୁଲିସ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିବା ସହିତ ଦୁଇ ବ୍ୟବସାୟୀଙ୍କୁ ଗିରଫ କରିଛି। ଏହି ନକଲି ମଦ ଅରୁଣାଚଳ ଓ ଝାଡ଼ଖଣ୍ଡରୁ ଆସୁଥିଲା ।

ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଗତକାଲି ରାତିରେ ରାଉରକେଲା ଅବକାରୀ ବିଭାଗ ଓ ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ ଆକସ୍ମିକ ଭାବେ ବୀରମିତ୍ରପୁର ରାୟବଗାସ୍ଥିତ ସାଜନ ଢ଼ାବା ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ସମୟରେ ଢ଼ାବା ମାଲିକ ପ୍ରମୋଦ କୁମାର ଅଗସ୍ତି ଓ ବିଶ୍ୱରଞ୍ଜନ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରିଛି। ନକଲି ମଦ ଯୋଗାଣକାରୀକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ମଦ ସହିତ ଜବତ ହୋଇଥିବା ଟଙ୍କାର ମୂଲ୍ୟ ୨୨ହଜାର ୪ଶହ ୯୦ଟଙ୍କା ବୋଲି ଜଣାପଡ଼ିଛି।

Related posts

ରାଜ୍ୟରେ ଓମିକ୍ରନ ନେଲା ପ୍ରଥମ ପ୍ରାଣ

mahabharatanews

ସାମାଜିକ ବାସନ୍ଦର ଦଣ୍ଡ ଭୋଗୁଛନ୍ତି ପରିବାର

mahabharatanews

ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହୁତି

mahabharatanews