Uncategorized

ଚିକିତ୍ସା କ୍ଷେତ୍ରରେ ନର୍ସ ହେଉଛନ୍ତି ମେରୁଦଣ୍ଡ: ଶାହା

ଭୁବନେଶ୍ୱର: ଆଜି ହେଉଛି ଆନ୍ତର୍ଜାତିକ ନର୍ସ ଦିବସ । ଏହି ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନର୍ସମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶାହା ଟ୍ୱିଟ୍‍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି, ବିଶ୍ୱରେ ଲୋକମାନଙ୍କର ସେବା କରୁଥିବା ସମସ୍ତ ନର୍ସମାନଙ୍କ ପ୍ରତି କୃତଜ୍ଞତା ଜଣାଉଚି । ଚିକିତ୍ସା କ୍ଷେତ୍ରରେ ନର୍ସମାନେ ମେରୁଦଣ୍ଡ ସଦୃଶ । ଏହା ସହ କୋଭିଡ-୧୦ ସଂକ୍ରମଣ ରୋକିବାରେ ସେମାନଙ୍କ ଭୂମିକା ଅତୁଳନୀୟ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ସବୁଠୁ ଆଗରେ ରହି କାର୍ୟ୍ୟ କରୁଥିବା ନର୍ସମାନଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଆନ୍ତର୍ଜାତିକ ନର୍ସ ଦିବସ ଅବସରରେ ଡକ୍ଟର ହର୍ଷବର୍ଦ୍ଧନ ଟ୍ୱିଟ୍‍ କରି ନର୍ସମାନଙ୍କୁ କୃତଜ୍ଞତା ଜଣାଇବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ନର୍ସମାନେ ସେମାନଙ୍କର ନିଜର ଜୀବନକୁ ଖାତିର ନ କରି ଲୋକମାନଙ୍କର ସେବା ପାଇଁ ନିଜକୁ ନିୟୋଜିତ କରି ରଖିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ମସିହାକୁ ନର୍ସ ଓ ଧାଇମାନଙ୍କ ବର୍ଷ ଭାବେ ଘୋଷଣା କରିଛି। ଫ୍ଲୋରେନ୍ସ ନାଇଟ୍ଆ୍ଙ୍ଗଲଙ୍କ ୨୦୦ତମ ଜୟନ୍ତୀ ଉପଲକ୍ଷେ ଡବ୍ଲ୍ୟୁଏଚ୍ଓ ଏହି ଘୋଷଣା କରିଛି।

Related posts

ମୁଜାଫରପୁର ଆଶ୍ରମ ଯୌନ କେଳେଙ୍କାରୀ, ରାୟ ଆସନ୍ତା ୧୧ ଯାଏ ସଂରକ୍ଷିତ

mahabharatanews

ଗୁଜବକୁ ଭୁଲ ପ୍ରମାଣ କରିବାକୁ ମନ୍ତ୍ରୀ ଖାଇଲେ ଚିକେନ୍

mahabharatanews

ରାଜଧାନୀରେ ମଦ ବୋତଲ ଭାଙ୍ଗି, ଉଠବସ୍ କରାଇଲେ ମହିଳା

mahabharatanews