Uncategorized

କରୋନା: ୩ ଦିନ ବ୍ୟାପୀ ଆମେରିକା ପାଳିବ ରାଷ୍ଟ୍ରୀୟ ଶୋକ

ୱାସିଂଟନ: କରୋନା ଭୂତାଣୁ ସଂକ୍ରମଣରେ ସାରା ବିଶ୍ୱ ଥରହର । ବିଶ୍ୱର ୨୧୩ଟି ରାଷ୍ଟ୍ର ଏହି ଭୂତାଣୁ କବଜାରେ । କିନ୍ତୁ ଆମେରିକା ସ୍ଥିତି ସବୁଠାରୁ ଖରାପ ରହିଛି । ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଏହି ଭୂତାଣୁ ନିକଟରେ ଅସହାୟ ହୋଇ ପଡିଛି । ଆମେରିକାରେ କରୋନା ଜନିତ ମୃତ୍ୟୁ ସର୍ବାଧିକ ରେକର୍ଡ କରାଯାଇଛି। ଏଥିନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ ଏହି ସଂକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ଉଦ୍ଦେଶ୍ୟରେ ତିନି ଦିନ ପାଇଁ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ରଖିବାକୁ ଘୋଷଣା କରିଛନ୍ତି। ଏକ ଟ୍ୱଇଟରେ ସେ କହିଛନ୍ତି, ଆସନ୍ତା ସୋମବାରଠାରୁ ବୁଧବାର, ତିନି ଦିନ ବ୍ୟାପୀ ସେଠାକାର ପ୍ରତ୍ୟେକ ସରକାରୀ କାର୍ୟ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଓ ଦେଶରେ ଜାତୀୟ ଶୋକ ପାଳନ କରିବାକୁ ଟ୍ରମ୍ପ ଘୋଷଣା କରିଛନ୍ତି ।
ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ କରୋନା ସଂକ୍ରମଣ ଯୋଗୁଁ ଆମେରିକାରେ ମୃତ୍ୟୁ ସଂଖ୍ୟା ୯୪ହଜାର ୫୯୧ରେ ପହଞ୍ଚିଛି। ସେଠାରେ ମୋଟ୍‍ ସଂକ୍ରମଣ ୧୫ଲକ୍ଷ ୭୫ହଜାର ରହିଛି। ରାଷ୍ଟ୍ରପତି ଟ୍ରମ୍ପ୍‍ କହିଛନ୍ତି, ଦେଶ ପ୍ରତି ନିଜର କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ କରିଥିବା ସେନା ପ୍ରତି ଏହା ଶ୍ରଦ୍ଧାଞ୍ଜଳି ହେବ।

Related posts

ସିଆଇଏସଏଫ ପ୍ରୋଟୋକଲ ବ୍ରେକ: ସୋମନାଥଙ୍କ ମୋବାଇଲ ଜବତ

mahabharatanews

ସିଙ୍ଗଡା ଦାମ କୁ ନେଇ ମହାଭାରତ

mahabharatanews

ଚୀନ ପରେ ଇରାନ ପାଲଟିଛି କୋରୋନାର ନୂତନ କେନ୍ଦ୍ର

mahabharatanews