Uncategorized

କେରଳର ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳଙ୍କ ସମାଲୋଚନା

(ଥିରୁବନନ୍ତପୁରମ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ବିଧାନସଭାରେ ଏହି ଆଇନ ବିରୋଧରେ ଏକ ସଂକଳ୍ପ ମଧ୍ୟ ପାରିତ କରିଛନ୍ତି । ତେବେ ରାଜ୍ୟ ସରକାରଙ୍କର ଏଭଳି ସିଏଏ ବିରୋଧୀ ଆଭିମୁଖ୍ୟକୁ ରାଜ୍ୟପାଳ ଆରଫି ମହମ୍ମଦ ଖାନ କଡା ସମାଲୋଚନା କରିଛନ୍ତି । ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାଧାରଣ ସୌଜନ୍ୟତା ଦୃଷ୍ଟିରୁ ତାଙ୍କ ସହ ଆଲୋଚନା କରିବା ଉଚିତ ଥିଲା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଏକ ସୁପ୍ରିମକୋର୍ଟରେ ସିଏଏକୁ ଚ୍ୟାଲେଞ୍ଜ କରିବାର ଅଧିକାର ରାଜ୍ୟ ସରକାରଙ୍କର ରହିଛି । କିନ୍ତୁ ସାଧାରଣ ସୌଜନ୍ୟତାକୁ ବିଚାର କଲେ ନିୟମ ଅନୁଯାୟୀ, ଏ ବିଷୟରେ ରାଜ୍ୟ ସରକାର ରାଜ୍ୟପାଳଙ୍କର ଅନୁମତି ନେବାର ଥିଲା । କାରଣ ରାଜ୍ୟପାଳ ହେଉଛନ୍ତି ରାଜ୍ୟର ପ୍ରଥମ ନାଗରିକ । ସମ୍ବିଧାନ ତାଙ୍କୁ ଏହି ଅଧିକାର ଦେଇଛି । କିନ୍ତୁ ଏହି ପଦବୀରେ ଥାଇ ମଧ୍ୟ କେରଳ ସରକାର ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଯାହା ବିଷୟରେ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି । ସୂଚନାଯୋଗ୍ୟ, ସିଏଏ ସମ୍ବିଧାନର ଏକାଧିକ ଧାରାକୁ ଉଲଙ୍ଘନ କରୁଥିବା ଦର୍ଶାଇ କେରଳ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ତେବେ ପୂର୍ବରୁ ସିଏଏ ବିରୋଧରେ ହୋଇଥିବା ଆବେଦନଗୁଡିକର ଶୁଣାଣି ବେଳେ ଏହାର ବିଚାର କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Related posts

ମୃତ୍ୟୁସଂଖ୍ୟା ୨୫ ଛୁଇଁଲା, ଉହାନରେ ଫସିଛନ୍ତି ୨୫ ଭାରତୀୟ

mahabharatanews

ଡିସେମ୍ବର ପ୍ରାରମ୍ଭରେ ଇଣ୍ଡିଗୋ ଏୟାର ଲାଇନ୍ସ ସର୍ଭର ହ୍ୟାକ ନେଇ କମ୍ପାନୀ ପକ୍ଷରୁ ସୂଚନା

mahabharatanews

ବିଷଧର ସାପ ସହ ଖେଳିଲା ନିଶାଡ଼ି, ରାଗରେ ଚୋଟ ପକାଇଲା ନାଗ

mahabharatanews