ଅପରାଧ

ଆଶ୍ରମରେ ମିଳିଲା ସାଧୁଙ୍କ ମୃତଦେହ 

ନାନ୍ଦେଦ: ଗତ କିଛି ମାସ ହେବ ସାଧୁଙ୍କ ହତ୍ୟା ଘଟଣା ବଢିଚାଲିଛି । ଏହା ମଧ୍ୟରେ ମହାରାଷ୍ଟ୍ର ନାନ୍ଦେଦ ଅଞ୍ଚଳର ଉମ୍ରିଠାରେ ଥିବା ଏକ ଆଶ୍ରମରେ ଆଶ୍ରମର ସାଧୁଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ମିଳିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ଉଭୟ ମୃତ ସାଧୁ ଓ ହତ୍ୟାକାରୀ ସମାନ ସମ୍ପ୍ରଦାୟର । ଏହି ହତ୍ୟା ପଛରେ କୌଣସି ସାମ୍ପ୍ରଦାୟିକ ଆକ୍ରୋଶ ନାହିଁ ବୋଲି ପୁଲିସ କହିଛି । ତେବେ ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତକୁ ଖୋଜି ବାହାର କରିବାକୁ ଚେଷ୍ଟା ଚଳାଇଛି ପୋଲିସ ବୋଲି କହିଛନ୍ତି ନାନ୍ଦେଦ ଏସପି ବିଜୟ କୁମାର ମାଗାର ।
ସୂଚନାଯୋଗ୍ୟ, ଗତ ମାସରେ ମୁମ୍ବାଇରୁ କାନ୍ଦିବଲୀରୁ ଗୁଜୁରାଟ ଯାଉଥିବା ୨ ଜଣ ସାଧୁ ଏକ କାରରେ ଯାଉଥିବା ସମୟରେ ପାଲଘର ନିକଟରେ ତାଙ୍କୁ ଗଡଚିଞ୍ଚଲ ଗ୍ରାମବାସୀମାନେ ବାଡେଇ ବାଡେଇ ମାରି ଦେଇଥିଲେ ।

Related posts

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews

ବ୍ୟାଟେରୀ ଚୋରି ଅଭିଯୋଗରେ ୩ ଗିରଫ

mahabharatanews

ବାଣପୁର ଥାନାରେ ଯୁବକଙ୍କ ମୃତ୍ୟୁକୁ ନେଇ ବଡ଼ ବିବାଦ, ଥାନା ଭିତରେ କଣ ଘଟିଲା?

mahabharatanews