ଓଡିଶା

ଉଦଳା ବିଜେଡି ପକ୍ଷରୁ ମାସ୍କ, ସାବୁନ ବଣ୍ଟନ

(ଦୀପକ ମିଶ୍ରଙ୍କ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜୁ ଜନତା ଦଳ ପକ୍ଷରୁ କୋରନକ୍ଷ ମୁକାବିଲା ପାଇଁ ମାସ୍କ ଓ ସାବୁନ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଉଦଳା ଏନ.ଏ. ସି ର ଥିବା ୧୨ ଗୋଟି ୱାର୍ଡର ଦଳୀୟ କାର୍ୟ୍ୟକର୍ତା, କର୍ମୀ ଓ ୱାର୍ଡ କମିଟି ସଦସ୍ୟମାନେ ମିଳିତ ଭାବେ ସାଧାରଣଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ତା’ ସହ ସିଚେତନତାର ବାର୍ତା ମଧ୍ୟ ଲୋକମାନଙ୍କୁ ଦେଉଛନ୍ତି । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରାୟ ଦଶରୁ ପନ୍ଦର ହଜାର ପରିବାରକୁ ଦଳ ପକ୍ଷରୁ ମାସ୍କ ଓ ସାବୁନ ବଣ୍ଟନ କରାଯିବ ବୋଲି ଯୁବ ନେତା ଅମୀୟ କୁମାର ବଳ ସୂଚନା ଦେଇଛନ୍ତି । ପୂର୍ବତ୍ତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ପ୍ରତେକ୍ଷରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି ଉଦଳା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

mahabharatanews

୨ ପିଲାଙ୍କ ଝଗଡ଼ାରୁ ମହିଳାଙ୍କୁ ପିଟି ପିଟି ହତ୍ୟା,ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

mahabharatanews

ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ

mahabharatanews